ବିଜେପିରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ଭାଜପା ରାଜୁଙ୍କୁ ସୋରରୁ ପ୍ରାର୍ଥୀ କରି ଟିକେଟ୍ ଫେରାଇ ନେଇଥିଲା । ଯାହା ପରେ ସେ ଅସନ୍ତୋଷ ହୋଇ ଦଳ ଛାଡିଥିବା କୁହାଯାଉଛି । ରାଜୁଙ୍କ ବଦଳରେ ପର୍ଶୁରାମଙ୍କୁ ଟିକଟ ଦେଇଥିଲା ବିଜେପି ।

ରାଜୁ ଦାସ ଆଜି ସନ୍ଧ୍ୟାରେ ପୁଣି ବିଜେଡିକୁ ଫେରିଛନ୍ତି । 

ସୂଚନାଯୋଗ୍ୟ, ପୂର୍ବରୁ ବିଜେଡିରୁ ଆସିଥିବା ରାଜେନ୍ଦ୍ର ଦାସ ଓରଫ ରାଜୁ ଦାସଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ପ୍ରାର୍ଥୀତ୍ୱ ପାଇଁ ଦଳ ପୁନର୍ବିଚାର କରିଛି । ରାଜେନ୍ଦ୍ରଙ୍କ ଟିକଟ କାଟି ପର୍ଶୁରାମ ଧଡ଼ାଙ୍କୁ ଦଳ ଶେଷ ମୂହୂର୍ତ୍ତରେ ଟିକଟ ପ୍ରଦାନ କରିଥିଲା । ଯାହା ପରେ ସେ ଅସନ୍ତୋଷ ହୋଇ ଦଳ ଛାଡିଛନ୍ତି ରାଜେନ୍ଦ୍ର ଦାସ ।

Leave a Reply

Your email address will not be published. Required fields are marked *