ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା, ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି. ଡ୍ୟାମ୍ର ଜଳସ୍ତର ବିପଦ ସଙ୍କେତର ନିକଟତର ହେବା ପରେ କର୍ତ୍ତୃପକ୍ଷ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲି ଜଳ ନିଷ୍କାସନ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ପାଇଁ ଏହା ହେଉଛି ଡି ଡ୍ୟାମ୍ର ପ୍ରଥମ ଗେଟ୍ ଖୋଲା । ଡ୍ୟାମ୍ର ସମ୍ପୂର୍ଣ୍ଣ କ୍ଷମତା ୨୫୯୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୨୫୮୭ ଫୁଟ୍ରେ ପହଞ୍ଚିଛି । ଫଳରେ ବିପଦ ଟଳିବା ପାଇଁ ୭ ନମ୍ବର ଗେଟ୍ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ଏକ ହଜାର କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ଆଗାମୀ ଦିନରେ ବର୍ଷା ପରିମାଣ ବୃଦ୍ଧି ପାଇଲେ ଆବଶ୍ୟକ ଅନୁସାରେ ଡ୍ୟାମ୍ର ଅଧିକ ଗେଟ୍ ଖୋଲାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । Post navigation Govt issues Notice to Telegram over Widespread Piracy; sets 15-Day Deadline to submit Report