ଭୁବନେଶ୍ବର: ସରିଲା ବିଧାନସଭା । ଶେଷ ଦିନରେ ଭାବ ବିହ୍ବଳିତ ହେଲେ ବିଧାୟକ । କିଏ ମୁଣ୍ଡିଆ ମାରିଲେ ତ କିଏ ଗଲା ପାଞ୍ଚବର୍ଷର ସ୍ମୃତି ମନେ ପକାଇଲେ । ଗୋଟିଏ ଫଟୋ ଫ୍ରେମରେ ଏକାଠି ହେଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ । ଷୋଡଶ ବିଧାନସଭାର ଆଜି ଥିଲା ଶେଷ ଦିନ ।

ଶେଷ ଦିନରେ ବିଧାନସଭା ପରିସର ଥିଲା ଭାବବିହ୍ବଳ । କିଛି ସମୟ ପୂର୍ବରୁ ଗୃହରେ ଆରୋପ ପ୍ରତ୍ୟାରୋପ ମୁଦ୍ରାରେ ଥିବା ଶାସକ – ବିରୋଧୀ ସଦସ୍ୟଙ୍କ ଭିତରେ ସେ ମନ ଭାବ ନଥିଲା । ବିଧାନସଭାରେ ଫଟୋ ଉଠାଇବାକୁ ଏକାଠି ହୋଇଥିଲେ ସଦସ୍ୟ ମାନେ । ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ସହ ଫଟୋ ଉଠାଇଥିଲେ, ମନ୍ତ୍ରୀ ବିଧାୟକ ମାନେ । ଫଟୋ ଉଠାଇବା ପରେ ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ, ଜୟ ସମଲେଶ୍ବରୀ ନାରା ଦେଇଥିଲେ । ପରସ୍ପର ସହ କଥା ହୋଇଥିଲେ କାହିଁକି ନା ଆଗକୁ ଭୋଟ୍ ଆସୁଛି ଆସନ୍ତା ବିଧାନସଭାରେ କିଏ ଲଢିବେ କି ନଲଢିବେ ଆଉ ଯାହାକୁ ଜନତା ଆର୍ଶୀବାଦ କରିବେ ସେ ହିଁ ବିଧାନସଭା ଆସିବେ ତେଣୁ ଶେଷ ଦିନରେ ନିଜ ମନ କଥା ବଖାଣିଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *