ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ବାଣ୍ଟୁଛି ଶଙ୍ଖ ଚିହ୍ନ ଥିବା ଝୋଟ୍‌ ବ୍ୟାଗ୍‌। ରାସନ ସାମଗ୍ରୀ ଯୋଗାଉଥିବା ଡିଲର ଏହି ବ୍ୟାଗ ବାଣ୍ଟୁଛନ୍ତି। ଏପରି ଖବର ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକଅଞ୍ଚଳରୁ ଆସିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜେଡି ବ୍ୟାଗ ବାଣ୍ଟୁଥିବା ଦେଖିବାକୁ ମିଳିଛି।

ଖଡ଼ିଆଳ ବ୍ଲକ୍‌ ଖୁଦପେଜ ପଞ୍ଚାୟତରେ ଆଜି ବଣ୍ଟା ଯାଇଛି ବିଜେଡି ବ୍ୟାଗ୍। ଝୋଟ ବ୍ୟାଗରେ ଶଙ୍ଖ ଚିହ୍ନ ଥିବା ବେଳେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଲେଖାଯାଇଛି। ଏହାଛଡ଼ା ଓଡ଼ିଶା ସରକାରଙ୍କ ଲୋଗୋ ସହ 5-T ଲେଖାଯାଇଛି। ରାସନ୍‌ କାର୍ଡ ଧାରୀଙ୍କୁ ଏହି ବ୍ୟାଗ ବାଣ୍ଟୁଛନ୍ତି ଡିଲର। ସିଏ କେନ୍ଦ୍ର ରାସନ୍‌କାର୍ଡ ଧାରୀ ହୁଅନ୍ତୁ ବା ରାଜ୍ୟ ରାସନ୍‌କାର୍ଡଧାରୀ। ସମସ୍ତଙ୍କୁ ଏହି ବିଜେଡି ବ୍ୟାଗ ମିଳୁଛି। ରାସନ୍‌ ସାମଗ୍ରୀ ନେବା ପାଇଁ ଆସିଲା ବେଳେ ଶଙ୍ଖ ଚିହ୍ନ ଥିବା ବିଜେଡି ବ୍ୟାଗ ଧରି ଆସିବାକୁ ମହିଳାମାନଙ୍କୁ କୁହାଯାଇଛି। ଏହାକୁ ନେଇ ବିଜେପି ଆଜି ପ୍ରତିରୋଧ କରିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *