ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧା ବାଲି ନିକଟ ରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ହଡ଼ପ ଉଦ୍ୟମକୁ ବଡ଼ ଝଟ୍‌କା ଲାଗିଛି । ଏହି ମୂଲ୍ୟବାନ ଜମି ମହାପ୍ରଭୁଙ୍କ ନାମକୁ ଫେରିଛି । ତେବେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତି ମିଳିଛି ।

ଏହି ମାମଲାରେ ରାଜସ୍ୱ ପରିଷଦ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନ, ୧୯୫୮ର ଧାରା ୩୨ ଅନୁଯାୟୀ ଏହି ରାୟ ଦିଆଯାଇଛି ।

ସୂଚନା ଅନୁଯାୟୀ, ୨୦୦୨ ମସିହାରେ ଜମିର ରେକର୍ଡ ବ୍ୟକ୍ତିଗତ ନାମରେ କରାଯାଇଥିଲା । ଏବେ ରାଜସ୍ୱ ପରିଷଦଙ୍କ ରାୟ ପରେ ଜମି ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ଫେରିଛି ।

By Nirvay

Leave a Reply

Your email address will not be published. Required fields are marked *