ଭୁବନେଶ୍ୱର : ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା । ପଇସା ଦେଇ ପ୍ରଭୁ ଜାନି ଟିକେଟ ନେଇଥିବା କହିଲେ କୁଲେସିକା । ୫/୬ କୋଟି ଟଙ୍କା ଦେଇ ପ୍ରଭୁ ଜାନି ଡିଲ୍ କରିଥିବା କହିଲେ । ଟଙ୍କା ଦେଇ ବିଜେଡିରୁ ଟିକେଟ ନେଇଛନ୍ତି ପ୍ରଭୁ ଜାନି । ୫/୬ କୋଟି ଟଙ୍କାରେ ପ୍ରଭୁ ଜାନି ଡିଲ୍ କରିଛନ୍ତି । ମୋତେ କୋଟିଏ ଟଙ୍କା ସହ ପଦବୀ ଯାଚୁଥିଲେ, ମୋତେ ବାଧିଲା । ମୁଁ ଆଦିବାସୀ ପିଲା, ମୋତେ ଟଙ୍କା ଦେଇ କିଣିବାକୁ ଚେଷ୍ଟା କଲେ । ଟିକେଟ ପ୍ରତିଶ୍ରୁତିରେ ବିଜେଡି ଆସିଥିଲି, ମୋତେ ଧୋକା ଦେଲେ । ଗତ ନିର୍ବାଚନରେ ଅନିୟମିତତା କରି ୨୨୯ ଭୋଟରେ ହରାଇଲେ । ମୁଁ ନିର୍ବାଚନ ନେଇ ମାମଲା ଦାୟର କରିଥିଲି । ମୋତେ କହି ମାମଲା ପ୍ରତ୍ୟାହାର କରାଇଲେ, ନହେଲେ ମୁଁ ଜିତିଥାନ୍ତି । ଲକ୍ଷ୍ମୀପୁରରେ ବିଜେପି ପ୍ରଥମ ଥର ପାଇଁ ଜିତିବ କହିଲେ କୁଲେସିକା । କୁଲେସିକାଙ୍କ ଅଭିଯୋଗ ନେଇ ପ୍ରଭୁ ଜାନିଙ୍କ ପ୍ରତିକ୍ରିୟା ମିଳିନି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *