୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ରାଜ୍ୟରେ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ରାଜନୈତିକ ପ୍ରଚାର ଆରମ୍ଭ ହୋଇଛି। ଏହାରି ମଧ୍ୟରେ ୨ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା ବିଜେପି।ପ୍ରଥମ ପର୍ଯ୍ୟାୟରେ ୧୧୨ ଘୋଷଣା କରିଥିବାବେଳେ ବର୍ତ୍ତମାନ ଆଉ ୨୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି।

ରାଉରକେଲାରୁ ଦିଲ୍ଲୀପ ରାୟ ଙ୍କୁ ମିଳିଛି ସବୁଜ ସଙ୍କେତ । ସେ ନିକଟରେ କହିଥିଲେ ଯେ ସେ ବିଜେପିରେ ଅଛନ୍ତି ଓ ରହିବେ । ସେହିପରି ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା, ଚିତ୍ରକୋଣ୍ଡାରୁ ଡମ୍ବରୁ ସିସା ଓ ସାନଖେମୁଣ୍ଡିରୁ ଉତ୍ତମ ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇଛି ।

ନୟାଗଡ଼ ଜିଲ୍ଲାର ସମସ୍ତ ଚାରିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଓହରିଯିବାର ସମ୍ଭାବନା ନେଇ ସୂଚନା ମିଳିଥିବାବେଳେ ଆଜି ଗୋଟିଏ ଆସନରୁ ପ୍ରାର୍ଥୀ ବଦଳ କରିଛି ବିଜେପି। ରଣପୁର ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଦାବିଦାର ଥିବାବେଳେ ଆଜି ତାଙ୍କୁ ଟିକେଟ୍‌ ଦେଇଛି। ପୂର୍ବରୁ ଦଳର ଜିଲ୍ଲା ସଭାପତି ଥିବା ତାପସ ରଂଜନ ମାର୍ଥାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି ପର୍ଥୀ, ପଟ୍ଟାଙ୍ଗିରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲି ପ୍ରାର୍ଥୀ ହୋଇଛନ୍ତି।

ଆଜି ଘୋଷଣା ହୋଇଥିବା ୨୧ ଜଣିଆ ପ୍ରାର୍ଥୀ ତାଲିକା:

୧- ଡାବୁଗାଁ- ସୋମନାଥ ପୂଜାରୀ,

୨- ରାଜନଗର- ଲଳିତ ବେହେରା

୩- ବାଲିକୁଦା-ଏରସମାରୁ- ସତ୍ୟସାରଥି ମହାନ୍ତି

୪- ଜଗତସିଂହପୁର- ଅମରେନ୍ଦ୍ର ଦାଶ

୫- କାକଟପୁର- ବାଇଧର ମଲ୍ଲିକ

୬- ରଣପୁର- ସୁରମା ପାଢ଼ୀ

୭- ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ

୮- କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ

୯- ଝରିଗାଁ- ନରସିଂହ ଭତ୍ରା

୧୦- ରାଉରକେଲାରୁ – ଦିଲ୍ଲୀପ ରାୟ

୧୧- ପାଟଣା- ଅଖିଲ ଚନ୍ଦ୍ର ନାୟକ

୧୨- ସାରସକଣା- ଭାଦବ ହାଁସଦା

୧୩- ରାଇରଙ୍ଗପୁର- ଜୋଲେନ ବରଦା

୧୪- ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ

୧୫- ରାୟଗଡ଼ା- ବସନ୍ତ ଉଲାକା

୧୬- ଲକ୍ଷ୍ମୀପୁର- କୈଳାସ କୁଲେସିକା

୧୭- କୋଟପାଡ- ରୁପୁ ଭତ୍ରା

୧୮- ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି

୧୯- ଚିତ୍ରକୋଣ୍ଡାରୁ- ଡମ୍ବରୁ ଶିଶା

୨୦- ମୋହନା- ପ୍ରଶାନ୍ତ ମଲ୍ଲିକ

୨୧- ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା

ତେବେ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୨୧ ଜଣିଆ ପ୍ରାର୍ଥୀଙ୍କୁ ମିଶାଇ ବିଜେପି ୧୩୧ ଜଣଙ୍କୁ ଟିକେଟ ଦେଇସାରିଛି। ୧୪୭ ଆସନ ବିଶିଷ୍ଟ ଓଡିଶା ବିଧାନସଭା ନିର୍ବାଚନରେ ବିଜେପି ପାଇଁ ଆଉ ୧୬ ଜଣଙ୍କ ନାମ ଘୋଷଣା କରିବାକୁ ବାକି ଅଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *