ପ୍ରକାଶ ପାଇଲା UPSC ରେଜଲ୍ଟ ୨୦୨୩ । ଏଥର କୃତକାର୍ଯ୍ୟ ହୋଇଛନ୍ତି ୧୦୧୬ ପରୀକ୍ଷାର୍ଥୀ । ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ ଦ୍ବିତୀୟ ରାଙ୍କ୍‌ରେ ରହିଛନ୍ତି । ଡି ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନରେ ରହିଛନ୍ତି ।

ସେହିଭଳି ୨୪ ରାଙ୍କରେ ଅଛନ୍ତି ପ୍ରଜ୍ଞାନନ୍ଦନ ଗିରି, ୩୬ ନମ୍ବର ରାଙ୍କରେ ରହିଛନ୍ତି ଆୟୂଷୀ ପ୍ରଧାନ ଓ ୫୨ ନମ୍ବର ରାଙ୍କ୍‌ରେ ଅଛନ୍ତି ଜୟଶ୍ରୀ ପ୍ରଧାନ ।

ଓଡ଼ିଶାର ତାଳଚେର ଅଞ୍ଚଳର ଅନିମେଷ ପ୍ରଧାନ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏଥର ପ୍ରଶାସନିକ ସେବା ପରୀକ୍ଷାରେ ଅନେକ ଓଡ଼ିଆ ପରୀକ୍ଷାର୍ଥୀ କୃତିତ୍ବ ହାସଲ କରିଛନ୍ତି ।

ଅନିମେଷ ପ୍ରଧାନ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୨୪ ରାଙ୍କରେ ଅଛନ୍ତି ପ୍ରଜ୍ଞାନନ୍ଦନ ଗିରି, ୩୬ ନମ୍ବର ରାଙ୍କରେ ଆୟୂଷୀ ପ୍ରଧାନ, ୫୨ ନମ୍ବର ରାଙ୍କର ଜୟଶ୍ରୀ ପ୍ରଧାନ,୬୦ଅଭିମନ୍ୟୁ ମଲିକ, ୧୧୦ ଅମ୍ରିତାଂଶୁ ନାୟକ, ୧୧୫ ଜସ୍ୱନ୍ତ୍ ମଲିକ, ୨୦୪ଶୁଭ୍ରା ପଣ୍ଡା, ୨୬୯ ତାନିଆ ମିଶ୍ର, ୨୮୦ ଅନନ୍ୟା ରଣା, ୩୦୩ ତନିଶା ମିଶ୍ର, ୩୧୯ ରଶ୍ମି ପ୍ରଧାନ, ୩୪୩ ବିଶ୍ୱଜିତ୍ ପଣ୍ଡା, ୩୮୭ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ସନ୍ତୋଷ କୁମାର ପାତ୍ର, ୪୬୬ ସୌରଭ ଦାସ,୫୭୫-ରାକେଶ ସାହ,୮୦୦-ସିଦ୍ଧାନ୍ତ ବେଶ୍ରା, ୧୦୦୧ ରାଙ୍କରେ ଅନୁପ ନାୟକ ଅଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *