ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ CEOଙ୍କୁ ଫେରାଦ ହେଲା ରାଜ୍ୟ ବିଜେପି । ବିଜେପି ଅଭିଯୋଗ କରିଛି ଯେ ପାଣ୍ଡିଆନ ଆଜି ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି ।

ବସ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ମେଡିକାଲକୁ ଭେଟିବାକୁ ଯାଇଥିବା ବେଳେ ପାଣ୍ଡିଆନଙ୍କ ସାଙ୍ଗରେ ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର SP ବିନିତ ଅଗ୍ରୱାଲ ଓ କଟକ ଚୌଦ୍ଵାର ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ ।

ବିଜୁ ଜନତା ଦଳର ଜଣେ ନେତା ଭି କେ ପାଣ୍ଡିଆନଙ୍କ ପାଇଁ ମେଡିକାଲ ଗସ୍ତ ବେଳେ କମିଶନରେଟ ପୁଲିସ ଯେଉଁଭଳି ବ୍ୟବସ୍ଥା କରିଥିଲା ଏହା ଅତ୍ୟନ୍ତ ଦୁଃର୍ଭାଗ୍ୟ ପୂର୍ଣ୍ଣ। ଏସବୁ ନିର୍ବାଚନ ଆଚରଣ ବିଧିର ପୂରାପୂରି ଉଲ୍ଲଘଂନ । ଏଭଳିରେ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ବିଶ୍ୱାସ ହେଉନି । ତେଣୁ ପାଣ୍ଡିଆନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ CEOଙ୍କୁ ଅଭିଯୋଗ କରିଛି ବିଜେପି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *