ପଦ୍ମଶ୍ରୀ ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡା. ଅଶୋକ କୁମାର ମହାପାତ୍ରଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଏମ୍ସରୁ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଇଛି । ସୋମବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।

ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିମାନବନ୍ଦରରୁ ତାଙ୍କ ମରଶରୀରକୁ ଏକ ଘରୋଇ ବିଶ୍ୱବିଦ୍ୟାଳୟକୁ ନିଆଯିବ । ସେଠାରେ ଶୁଭେଛୁମାନେ ତାଙ୍କର ଶେଷ ଦର୍ଶନ କରିବେ । ପରେ ପୁରୀ ସ୍ୱର୍ଗଦ୍ୱାରରେ ଡା. ମହାପାତ୍ରଙ୍କ ଅନ୍ତିମ ସଂସ୍କାର କରାଯିବ ।

By Nirvay

Leave a Reply

Your email address will not be published. Required fields are marked *