ଆସନ୍ତା ୭ ତାରିଖରେ ବିରୋଧୀ ଦଳ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବନ୍ୟାଞ୍ଚଳ ଗସ୍ତ ନ କରିବାକୁ ନେଇ କ୍ଷତିଗ୍ରସ୍ତ ଅଞ୍ଚଳରେ ଶାସକ ଦଳ (ବିଜେପି) ପକ୍ଷରୁ ହେଉଥିବା ସମାଲୋଚନା ମଧ୍ୟରେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବର ୭ ତାରିଖରେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସ୍ଥିର ହୋଇଛି। ସେ ସେଠାରେ ହେଲିକପ୍ଟର ଯୋଗେ ସୋରଡ଼ା ଅନ୍ତର୍ଗତ ତୋଟାବାଳି ହେଲିପ୍ୟାଡ୍ରେ ଅବତରଣ କରିବେ। ଗସ୍ତ ସମୟରେ ନବୀନ ପଟ୍ଟନାୟକ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ଏବଂ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବା ପାଇଁ ୪ଟି ବ୍ଲକ—ହିଞ୍ଜିଳି, ଶେରଗଡ଼, ଆସିକା ଏବଂ ସୋରଡ଼ା ଗସ୍ତ କରିବେ। ସେଠାରେ ସେ ସମ୍ପ୍ରତି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସ୍ଥାନୀୟ ବାସିନ୍ଦାମାନଙ୍କୁ ଭେଟିବା ସହ ସେମାନଙ୍କର ଅଭିଯୋଗ ଓ ଦୁଃଖସୁଖ ବୁଝିବେ। Post navigation 3.30 Crore for Habishyalis: ହବିଷ୍ୟାଳୀମାନଙ୍କ ପାଇଁ ୩.୩୦ କୋଟି ଟଙ୍କା ଅନୁମୋଦନ Ashok Mahapatra’s Body Reaches Bhubaneswar: ଭୁବନେଶ୍ୱରରେ ପହଞ୍ଚିଲା ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର