ପ୍ରାୟ ପାଞ୍ଚ ବର୍ଷ ପରେ ବହୁଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ହତ୍ୟାକାଣ୍ଡ ମାମଲାରେ ଆସିଛି ବହୁ ପ୍ରତୀକ୍ଷିତ ରାୟ। ଯାଜପୁର ଅତିରିକ୍ତ ଜିଲ୍ଲା ଜଜ୍ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ, ପ୍ରମାଣ ନଷ୍ଟ କରିବା ଷଡ଼ଯନ୍ତ୍ରରେ ସହଯୋଗ କରିଥିବା ଅମରେଶ ରାଉତଙ୍କୁ ୫ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି।

ସୂଚନା ଅନୁଯାୟୀ; ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲା ନାୟକଙ୍କୁ ୨୦୨୧ ମସିହାରେ ଗଣତନ୍ତ୍ର ଦିବସରେ ହତ୍ୟା କରାଯାଇଥିଲା। ତାଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ତାଙ୍କୁ ଭୁବନେଶ୍ୱରରେ ହତ୍ୟା କରିଥିଲେ ଏବଂ ଅମରେଶଙ୍କ ସହାୟତାରେ ତାଙ୍କ ମୃତଦେହକୁ ପ୍ରାୟ ୧୦୦ କିଲୋମିଟର ଦୂର ଯାଜପୁରକୁ ନେଇଯାଇଥିଲେ। ଅପରାଧକୁ ଲୁଚାଇବା ପାଇଁ ଅଭିଯୁକ୍ତ ମୃତଦେହକୁ କୁଆଖିଆ ଥାନା ନିକଟରେ ଫିଙ୍ଗି ଦେଇଥିଲେ।

Leave a Reply

Your email address will not be published. Required fields are marked *