ଭୁବନେଶ୍ୱରର ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆରେ ବଡ଼ଧରଣର ଆୟକର ବିଭାଗର ଚଢାଉ । ଚଢାଉ ସମୟରେ ମିଳିଲା ଦୁଇ କୋଟିରୁ ଅଧିକ ନଗଦ ଟଙ୍କା । ବୁଦ୍ଧେଶ୍ୱରୀ କଲୋନୀର ରଞ୍ଜିତ ଜୈନ ଘରେ ଥିବା ଜୈନ ମିଡ଼ିଆ ପ୍ରିଣ୍ଟିଂ ପ୍ରେସରୁ ଟଙ୍କା ଜବତ କରାଯାଇଛି ।

ଗତକାଲିଠାରୁ ଆୟକର ବିଭାଗ ରେଡ୍ ରଖିଛି । ପ୍ରଥମେ ଜିଏସଟି ଅଧିକାରୀ ରେଡ୍ କରିଥିଲେ । ବିପୁଳ ଟଙ୍କା ରଖିଥିବା ଦେଖି ଆୟକର ବିଭାଗକୁ ଅବଗତ କରାଯାଇଥିଲା । ଏତେ ପରିମାଣର ଟଙ୍କା କାହାର, ସେନେଇ ରଞ୍ଜିତ ଜୈନଙ୍କୁ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ । ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା ଜବତ ହୋଇଥିବାରୁ କୌଣସି ରାଜନୈତିକ କାମ ପାଇଁ ଅଣାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *