ଗୋପାଳପୁରରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ନବୀନ । କହିଲେ ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ । ଚୋର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଯୋଡ଼ି ଶଙ୍ଖରେ ଭୋଟ ଦିଅନ୍ତୁ । ଏଥିସହିତ ଭୋଟରମାନେ ତାଙ୍କୁ ଆର୍ଶୀବାଦ କରିବା ସହିତ ଶଙ୍ଖ ଚିହ୍ନକୁ ଆର୍ଶୀବାଦ କରିବାକୁ ନବୀନ ଗୋପାଳପୁର ଜନସଭାରେ ଅଭିଭାଷଣ ରଖି କହିଛନ୍ତି ।

ଜନତାଙ୍କୁ ପ୍ରଶ୍ନ କରି ନବୀନ କହିଛନ୍ତି, ବିଏସକେୱାଇ ଭଲ କି, ମିଶନ ଶକ୍ତି ଭଲ କି, ମମତା ଯୋଜନା ଭଲ କି, ଲକ୍ଷ୍ମୀ ବସ୍ ଭଲ କି, ୫ଟି ସ୍କୁଲ ଭଲ କି, ପିଲା ସ୍କଲାରସିପ୍ ଭଲ କି, ଚାଷୀର କାଳିଆ ଯୋଜନା ଭଲ କି, ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି, ପୁରୀ କାମ ଭଲ କି, ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି ।

ଅନ୍ୟପଟେ ସେପଟେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡଆନ ନିଜର ଉଦବୋଧନରେ ବିଜେପିକୁ ଟାର୍ଗେଟ କରିଛନ୍ତି । ୨୦୧୪ରେ ବିଜେପି ଗୋଟିଏ ମେନିଫେଷ୍ଟୋ ଆଣିଥିଲେ ,ଅନେକ କାମ କରିବା କଥା କହିଥିଲେ । ପାଇଥିଲେ ୨୦ରୁ କମ ଆସନ । ୨୦୧୯ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ୨୦,୨୧ ସିଟ୍ ପାଇଥିଲେ । ଏଥର ମଧ୍ୟ ସେମାନେ ମେନିଫେଷ୍ଟୋ ଆଣିଛନ୍ତି । ସେଥିରେ କିଛି ହେବାର ନାହିଁ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମେନିଫେଷ୍ଟୋ ଆଣିବେ ।

ହେଲେ ସେହି ପୋଗ୍ରାମ ଏବଂ ଆଜିର ପ୍ରୋଗ୍ରାମ ଭିତରେ ବହୁତ ଫରକ୍ ଅଛି । ଏଠି ଜନସମୁଦ୍ର ସହ ଲୋକଙ୍କ ଜୋସ୍ ଅଛି ବୋଲି କହିଛନ୍ତି ବିଜେଡି ନେତା ପାଣ୍ଡିଆନ୍ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ହେଉଥିବା ୨୮ ବିଧାନସଭା, ୪ ଲୋକସଭା ସିଟ୍ ନିର୍ବାଚନରେ ବିଜେଡି ୯୦% ଷ୍ଟ୍ରାଇକ୍ ରେଟ୍ ରଖୁଛି । ଲୋକଙ୍କ ଆର୍ଶୀବାଦ ରହିଲେ ଏହି ୯୦ ପ୍ରତିଶତ ବି ଶହେ ପ୍ରତିଶତ ହେଇପାରିବ ବୋଲି ସେ କହିଛନ୍ତି ।

ପାଣ୍ଡିଆନ୍ କହିଛନ୍ତି, ବିରୋଧୀ ଦଳମାନେ ସବୁବେଳେ ତାଙ୍କ ମାନିଫେଷ୍ଟୋ ଆଣନ୍ତି । ୨୦୧୪ରେ ବିଜେପି ମାନିଫେଷ୍ଟୋରେ କହିଥିଲେ ଦୁଇ କୋଟି ରୋଜଗାର ଦେବୁ, ଦରଦାମ କମ୍ କରିବୁ । ହେଲେ ଏହାପରେ ବି ଓଡିଶାରେ ୨୦ରୁ କମ୍ ସିଟ୍ ପାଇଲେ । ୨୦୧୯ରେ ପୁଣି ସେମାନେ ମାନିଫେଷ୍ଟୋ ଆଣିଲେ ଆଉ ମିଛ ପ୍ରତିଶ୍ରୁତି ଦେଲେ । ଆଉ ୨୦୨୪ରେ ମଧ୍ୟ ସେ ମାନିଫେଷ୍ଟୋ ଦେଇଛନ୍ତି, ହେଲେ ଓଡିଶାବାସୀଙ୍କର ସେହି ମାନିଫେଷ୍ଟୋ ଉପରେ ବିଶ୍ୱାସ ନାହିଁ ବୋଲି ପାଣ୍ଡିଆନ୍ କହିଛନ୍ତି ।

ଆଜି ସନ୍ଧ୍ୟାରେ ବିଜେଡିର ଇସ୍ତାହାର ଆସିବ, ଇସ୍ତାହାର ଦେଖି ସାରା ଓଡିଶାର ଲୋକ ଖୁସି ହେବେ ବୋଲି ପାଣ୍ଡିଆନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ କଥା କମ୍, କାମ ବେଶୀ କରନ୍ତି । ମାନିଫେଷ୍ଟୋରେ ଯାହା କୁହନ୍ତି, କାମ ତାଠୁ ଅଧିକ କରନ୍ତି । ସେଥିପାଇଁ ଓଡିଶାବାସୀ ତାଙ୍କୁ ଅଧିକ ଭଲପାଆନ୍ତି । ପ୍ରତି ନିର୍ବାଚନରେ ତାଙ୍କୁ ଅଧିକ ମାର୍ଜିନରେ ଜିତେଇଥାନ୍ତି ବୋଲି ଗୋପାଳପୁରରୁ କହିଛନ୍ତି ପାଣ୍ଡିଆନ୍ ।

Leave a Reply

Your email address will not be published. Required fields are marked *