ଦେବଗଡ଼: ଦେବଗଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାର ଆସିଲେ ରାଜ୍ୟରେ ଦେଶୀ ମଦକୁ ସମ୍ପୂର୍ଣ୍ଣ ଭାବେ ନିଶିଦ୍ଧ କରାଯିବ । କାରଣ ଦେଶୀ ମଦ କାରଣରୁ ଅଞ୍ଚଳର ମା’ ଭଉଣୀଙ୍କ ଉପରେ ଅତ୍ୟାଚାର ବଢୁଛି ।

ବିଜେପି ଜିତିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ରେଳ ସଂଯୋଗୀକରଣ କାର୍ଯ୍ୟ ଜାରି ରହିଛି । ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ କାମ ତ୍ୱରାନ୍ୱିତ ହେବ । ଜମି ଅଧିଗ୍ରହଣରେ ବିଳମ୍ବ ଓ ସମସ୍ୟା ରେଳ ଲାଇନ କାମରେ ବାଧା ସୃଷ୍ଟି କରୁଛି । ରାଜ୍ୟରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ହଟିବ ଏବଂ ରେଳ ଲାଇନ କାମ ଶୀଘ୍ର ଶେଷ ହେବ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିଲେ କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବନ୍ଧାଳିଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ । କେନ୍ଦୁପତ୍ରର ମୂଲ୍ୟ ବୃଦ୍ଧି କରାଯାଇ ବିଡା ପ୍ରତି ୨ ଟଙ୍କା ବୃଦ୍ଧି କରାଯିବ ।

ଆଉ ମଧ୍ୟ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିକ୍ଷକ ଅଭାବ ପୂରଣ କରିବା ସହ ଗରିବ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ ବିଜେପି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଶୌଚାଳୟ ଓ ଉଜ୍ଜ୍ୱଳା ଗ୍ୟାସ ସହ ସବୁ ପ୍ରକାର ସୁବିଧା ଦିଆଯିବ । ଶତକଡା ୮୦ ଭାଗ ଥିବା ଦିବ୍ୟାଙ୍ଗଙ୍କୁ ୩୫୦୦ ଟଙ୍କା ଭତ୍ତା ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ୩ ହଜାର ଟଙ୍କା କରାଯିବ । ବିଜେପି ସରକାର ହେବାର ପ୍ରଥମ ମାସରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ ।

Leave a Reply

Your email address will not be published. Required fields are marked *