ଆଜି ପ୍ରଚାରରେ ଆସି କାଲିମେଳାରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେଠି ସାଧାରଣ ସଭାରେ ଯୋଗଦେଇ ମୋଦି ସରକାରଙ୍କ ବିକାଶ ଯୋଜନା ବିଷୟରେ ଆଲୋକପାତ କରିବା ସହ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।

ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣିଛନ୍ତି। ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି, ଓଡ଼ିଶାରେ ବିଜେପି ସରକାର ଆସିଲେ ୫ ଲକ୍ଷ ଲୋକଙ୍କୁ ମାଗଣା ଦର୍ଶନ ପାଇଁ ନେବୁ। ଓଡ଼ିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ।ଆମ ଆସାମରେ ୫୦ ଲକ୍ଷ ବଙ୍ଗାଳି ବାସ କରନ୍ତି। ଏହାସହ ଏମ୍‌ପିଭି-୮୨ ନାଁକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି ବିଶ୍ବଶର୍ମା। ଗାଁର ନାଁ ଏଭଳି କାରଣ ଏଠାରେ ନବୀନଙ୍କ ସରକାର ଚାଲିଛି

ନବୀନ ବାବୁ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି। ବିଜେପି ସରକାର ହେଲେ ଏଠି ରାଜସ୍ବ ଗ୍ରାମର ମାନ୍ୟତା ମିଳିବ,ନମ୍ବର ନୁହେଁ, ଗାଁର ନାଁ ଦିଆଯିବ। ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ନାଁ ଦିଆଯିବ। ଛତିଶଗଡ଼ରେ ବିଜେପି ସରକାର,୩ ହଜାରରେ ଧନ କିଣୁଛନ୍ତି। ଏଠାରେ ବିଜେପି ସରକାର ଆସିଲେ ଧାନ କ୍ବିଣ୍ଟାଲ ୩୧ଶହରେ ଚାଷୀଙ୍କ ଠାରୁ କିଣା ହେବ। ଧାନ ୩୧୦୦ରେ କିଣାଯିବା କଥା, ହେଲେ ନବୀନ ବାବୁ ଦେଉଛନ୍ତି ମାତ୍ର ୨୧୦୦।

By Nirvay

Leave a Reply

Your email address will not be published. Required fields are marked *