୩୦୦ କର୍ମଚାରୀଙ୍କ ସମୂହ ଛୁଟିର ଦିନକ ପରେ ଆକ୍ସନ ନେଲେ ଏୟାର ଇଣ୍ଡିଆ । ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ଚାକିରିରୁ ଛଟେଇ କରିଛି । ପୂର୍ବରୁ ନଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ ପଡ଼ିଥିଲା। ଯାହାଫଳରେ ୧୫ ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ। ସେହି ୩୦ ଜଣଙ୍କୁ ଛାଡ଼ି ବାକିମାନଙ୍କୁ ଆଜି ଅପରାହ୍ନ ୪ଟା ସୁଦ୍ଧା ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛି କମ୍ପାନି। ଯଦି ସେମାନେ ‌ସେପରି ନକରନ୍ତି ତ ବହିଷ୍କୃତର ସମ୍ମୁଖୀନ ହେବେ ବୋଲି କମ୍ପାନି ସୂଚାଇ ଦେଇଛି। ଜନ ଅସୁସ୍ଥ ଛୁଟି କେବଳ ପ୍ରଯୁଜ୍ୟ ନିୟମର ଉଲ୍ଲଂଘନ ନୁହେଁ, ବରଂ ଏହା ମଧ୍ୟ ଏୟାର ଇଣ୍ଡିଆ ଏକ୍ସପ୍ରେସ ଲିମିଟେଡ୍ କର୍ମଚାରୀଙ୍କ ସେବା ନିୟମକୁ ଉଲ୍ଲଂଘନ କରିଛି। ବିମାନ ସେବା ପକ୍ଷରୁ ଆହୁରି ବି କୁହାଯାଇଛି ‌ଯେ ୨୯୨ଟି ବିମାନ ଚଳାଚଳ କରିବ। ବହିଷ୍କୃତ ହୋଇଥିବା କର୍ମଚାରୀମାନଙ୍କୁ ‘‘ଆପଣ ଆଉ କର୍ମଚାରୀ ଭାବେ ବିବେଚିତ ହେବେ ନାହିଁ। ଅଫିସିଆଲ୍‌ ମେଲ୍‌, ସର୍ଭର ଏବଂ ଅନ୍ୟାନ୍ୟ ଯୋଗାଯୋଗକୁ ଆଉ ଆପଣ ଆଜିଠାରୁ ବ୍ୟବହାର କରିପାରିବେ ନାହିଁ’’ ବୋଲି ମେଲ୍‌ରେ ମାଧ୍ୟମରେ ଜଣାଇ ଦିଆଯାଇଛି ।
କୌଣସି ଯଥାର୍ଥ କାରଣ ନଥାଇ ଏପରି ଅଚାନକ ସମୂହ ଛୁଟିରେ ଯିବା ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀଙ୍କ ନିୟମକୁ ଉଲ୍ଲଂଘନ କରିଛି। ଉଡ଼ାଣ ପାଇଁ କ୍ରୁମାନଙ୍କ ନାମ ତାଲିକାଭୁକ୍ତ ହୋଇ ସାରିଥିବା ବେଳେ ଶେଷ ମୁହୂର୍ତ୍ତରେ ଏପରି ଗଣ ଛୁଟିରେ ଯିବା କାରଣରୁ କମ୍ପାନି ପୂର୍ବରୁ ୩୦ଜଣଙ୍କୁ ବହିଷ୍କୃତ କରିସାରିଛି । ଅନ୍ୟପକ୍ଷରେ ବିମାନ ବିଳମ୍ବ ଏବଂ ବାତିଲ ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ବିମାନ ସେବା ପକ୍ଷରୁ ବିସ୍ତୃତ ରିପୋର୍ଟ ମାଗିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଶୀଘ୍ର ପଦକ୍ଷେପ ନେବାକୁ କହିଛି।
ଏହା ଲକ୍ଷ୍ୟ କରାଯାଇଛି ଯେ ପ୍ରାୟ ଏକ ସମୟରେ, ବହୁ ସଂଖ୍ୟାରେ ଅନ୍ୟ କ୍ୟାବିନ କ୍ରୁ ସଦସ୍ୟ ମଧ୍ୟ ଅସୁସ୍ଥ ହୋଇଥିବାର ଜଣାଇଥିଲେ ଏବଂ ନିଜ କର୍ତ୍ତବ୍ୟ ପାଇଁ ରିପୋର୍ଟ କରିନଥିଲେ। ଏୟାରଲାଇନ୍ସ କହିଛି ଯେ, ପରିଣାମ ସ୍ୱରୂପ, “ବହୁ ସଂଖ୍ୟକ ବିମାନକୁ ବାତିଲ କରିବାକୁ ପଡ଼ିଲା, ଯାହାଦ୍ୱାରା ସମଗ୍ର କାର୍ଯ୍ୟସୂଚୀ ବ୍ୟାହତ ହୋଇଛି, ଯାହା ଆମ ସମ୍ମାନଜନକ ଯାତ୍ରୀମାନଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରିଛି ” |

By SonaliP

Leave a Reply

Your email address will not be published. Required fields are marked *