ମୋଦୀଙ୍କ ରୋଡ ଶୋ’ ପାଇଁ ଜାରିହେଲା ଟ୍ରାଫିକ ନିର୍ଦ୍ଦେଶନାମା । ମୋଦୀଙ୍କ ରୋଡ ଶୋ’ ସମୟରେ ବନ୍ଦ ରହିବ ସମସ୍ତ ଯାନବାହାନ ଚଳାଚଳ। ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା କରିପାରିବ ନାହିଁ । ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ଯାଏଁ ରାସ୍ତା ସିଲ୍ ରହିବ ।

ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡି ରାସ୍ତାକୁ ଛଡାଯିବନି ।ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ସଂଯୋଗ ଗଳି ରାସ୍ତା ବନ୍ଦ ରହିବ । ସେହିପରି ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ସଂଯୋଗ ଗଳି ରାସ୍ତା ମଧ୍ୟ ବନ୍ଦ ରହିବ ।

ଅନ୍ୟପଟେ କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରାତି ୮ଟାରେ ମୋଦୀଙ୍କ ରାଲି ବିଜେପି ପାର୍ଟି ଅଫିସରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ । ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ଭୁବନେଶ୍ୱରରେ ପହଂଚିଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । ସୁରକ୍ଷା ସ୍ଥିତିର ଯାଂଚ କରିଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । ରାତିରେ ରାଜଭବନରେ ରାତ୍ରିଯାପନ କରିବେ । ଏହା ପରିଦିନ ଅର୍ଥାତ୍ ୧୧ ତାରିଖରେ ତିନିଟି ଜନସଭାରେ ସାମିଲ ହେବେ । ପ୍ରଥମେ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମ୍ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ । ଦିନ ୧୧ଟା ୩୦ରେ ବଲାଙ୍ଗୀରରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେବେ । ଦିନ ଗୋଟାଏରେ ବରଗଡ଼ ଟୋଲ ଗେଟ୍ ପଡ଼ିଆରେ ମୋଦୀ ବିଶାଳ ଜନସଭାକୁ ସମ୍ବୋଧିତ କରିବେ

Leave a Reply

Your email address will not be published. Required fields are marked *