ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ୨୨ଟି ରାଜ୍ୟରେ ବେକାରୀ ସମସ୍ୟାରେ ଓଡିଶା ନମ୍ବର ୧ ରେ ରହିଛି ।

ବିଜେପି ସରକାରକୁ ଆସିଲେ ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଆପୁର୍ତି ଯୋଜନା ଆରମ୍ଭ ହେବ । ସବୁ ହାତକୁ କାମ, ସବୁ କ୍ଷେତକୁ ପାଣି, ଓ ସବୁ ମୁଣ୍ଡକୁ ଛାତ ହେଉଛି ବିଜେପିର ଲକ୍ଷ୍ୟ । ଏହାସହ ଓଡ଼ିଶାକୁ ସୁଶାସନ ଦେବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଂଟି ବୋଲି କହିଛନ୍ତି ଅପରାଜିତା । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ଦେବ ବିଜେପି । ବିଜେପି ସରକାରକୁ ଆସିଲେ ୧୮ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ଫେରି ପାଇବେ ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି ।

ଏହାସହ ମଧ୍ୟ, ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ଟି କ୍ୟାନସର ହସ୍ପିଟାଲ ହେବ । ସବୁ ଚିନି କଳ ଖୋଲିବ ବୋଲି କହିଛନ୍ତି ଅପରାଜିତା ।

Leave a Reply

Your email address will not be published. Required fields are marked *