ନିର୍ଦ୍ଧାରିକ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଆଜି କୋଟିଆରେ ମଧ୍ୟ ଶାନ୍ତିଶୁଙ୍ଖଳାରେ ଚାଲିଛି ନିର୍ବାଚନ ପାଇଁ ଭୋଟ | ସମସ୍ତ ଆଶଙ୍କାକୁ ବିରୋଧ କରି କୋଟିଆର ଲୋକେ ଆଜି ଭୋଟ୍ ଦେଉଛନ୍ତି । ବହୁ ସଂଖ୍ୟକ ମହିଳାମାନେ ମଧ୍ୟ ଭୋଟ୍ ଦେବାର ଉତ୍ସାହ ଦେଖିବାକୁ ମିଳିଛି କୋଟିଆରେ ଦେଖିବାକୁ ମିଳିଛି |

କୋଟିଆ କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀର ଏକ ଅଂଶ । କୋଟିଆ ପଞ୍ଚାୟତରେ ଓଡ଼ିଶାର ମୋଟ ୫୫୧୦ ଜଣ ଭୋଟର ଅଛନ୍ତି। ଏଥିପାଇଁ ଓଡ଼ିଶା ପକ୍ଷରୁ କୋଟିଆ, ତଳକାଣ୍ଟି, ଫଗୁଣସିନେରୀ, ମାଡକାର, ଗଞ୍ଜେଇପଦର, ଗୁମେଲପଦର, ଥୁରିଆ, ଟାଉପଦର ଓ ରଣସିଂରେ ବୁଥ୍‌ କରାଯାଇଛି। ଅନ୍ୟପଟେ ଓଡ଼ିଶା ଭିତରେ ଥିବା ନେରେଡିବାଲାସାସ୍ଥିତ ଜିସିସି କୋଠାକୁ ଆନ୍ଧ୍ର ମତଦାନ କେନ୍ଦ୍ରରେ ପରିଣତ କରିଛି। ସେହିପରି ଫାଟୁସିନେରୀ, ଫଗୁଣସିନେରି ଏବଂ ଶିଖାପାରୁବୁ ଠାରେ ମଧ୍ୟ ମତଦାନ କେନ୍ଦ୍ର କରିଛି। କିନ୍ତୁ ଉକ୍ତ ତିନିଟି ମତଦାନ କେନ୍ଦ୍ର ସୀମାରେ ରହିଛି। ଆନ୍ଧ୍ରର ଏହି ଚାରିଟି କେନ୍ଦ୍ରରେ ୨୫୫୪ଜଣ ଭୋଟରଙ୍କ ମତଦାନ ନିମନ୍ତେ ବ୍ୟବସ୍ଥା ହୋଇଛି।

ସେହିପରି ରାଇପାହାଡ଼ରେ ୩୧ଜଣ ଏବଂ ପଟାଙ୍ଗି ବ୍ଲକ ବାଙ୍ଗାରୁଗୁଡି ଗାଁର ୩୪ଜଣ ଭୋଟରଙ୍କ ନିକଟରେ ଉଭୟ ରାଜ୍ୟର ଭୋଟର କାର୍ଡ ରହିଛି। ସୀମା ବିବାଦ ସତ୍ତ୍ବେ ଉପରୋକ୍ତ ଅଞ୍ଚଳରେ ଆନ୍ଧ୍ରର ବିଭିନ୍ନ ରାଜନୈତିକ ଦଳ ପ୍ରଚାର କରିଛନ୍ତି। ତେବେ ଓଡ଼ିଶାର ବୁଥ୍‌ ସଂଖ୍ୟା ଅଧିକ ହୋଇଥିବାରୁ ଓଡ଼ିଶା ଭାଗରେ ଅଧିକ ଭୋଟ ପଡ଼ିବ ବୋଲି ପ୍ରଶାସନ ଆଶା କରୁଛି।

କୋରାପୁଟ ଜିଲ୍ଲାରେ ୧୦ହଜାର କର୍ମଚାରୀ, ୯୦୦୦ ହଜାର ପୁଲିସ କର୍ମଚାରୀ ନିର୍ବାଚନରେ ନିୟୋଜିତ ହୋଇଛନ୍ତି। ମୋଟ ୧୧୭ଟି ସଖୀ ବୁଥ୍‌ ହୋଇଛି। ଆଗାମୀ ୭୨ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଜିଲ୍ଲା ପୁଲିସ, ବିଏସ୍‌ଏଫ୍‌, ସିଏପିଏଫ୍‌, ଏସ୍‌ଓଜି ଯବାନ ଶୃଙ୍ଖଳିତ ମତଦାନ ନିମନ୍ତେ ନିୟୋଜିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *