ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ମତଦାନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ପ୍ରେସ୍‌ ମିଟରେ କହିଛନ୍ତି, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪% ଭୋଟଗ୍ରହଣ ହୋଇଛି । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ ।

ସେହିଭଳି ଗଜପତିରେ ୨୨.୦୨%, କଳାହାଣ୍ଡିରେ ୨୪.୭୯%, କୋରାପୁଟରେ ୨୬.୬୧%, ମାଲକାନିଗିରିରେ ୨୨.୪୩%, ନବରଙ୍ଗପୁରରେ ୨୪.୯୬%, ରାୟଗଡାରେ ୨୧.୮୧% ମତଦାନ ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ପୋଲିଂ ବୁଥ୍ ଗୁଡିକରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ପାଗ ଅନୁକୂଳ ଥିବାରୁ ଆଗକୁ ଭୋଟ ପ୍ରତିଶତ ବଢିବ ଏବଂ ଏଥର ରେକର୍ଡ ପରିମାର ଭୋଟ ହେବ।

Leave a Reply

Your email address will not be published. Required fields are marked *