ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ । ଚଳିତବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି ।

୨୪ ହଜାର ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିଭଳି ୧ଲକ୍ଷ ୧୬ ହଜାର ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।ସବୁ ବର୍ଷ ପରି ଏବର୍ଷ ମଧ ଦ୍ୱାଦଶ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ରହିଛି । ସେହିଭଳି ଛାତ୍ରଙ୍କ ପାସ୍ ହାର ରହିଛି ୮୫. ୧୨ ପ୍ରତିଶତ ରହିଛି ।

ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ଚଳିତବର୍ଷ ୧୬ ଲକ୍ଷ ୩୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୬ ଲକ୍ଷ ୨୨ ହଜାର ୨୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ଛାତ୍ରଛାତ୍ରୀ ଓ ଅଭିଭାବକମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । ଏଥିସହ UMANG ଆପ୍, digilocker.gov.in, ପାରିକ୍ସା ସଙ୍ଗମ୍ ପୋର୍ଟାଲ୍ ଏବଂ SMS ସୁବିଧା ମାଧ୍ୟମରେରେ ମଧ୍ୟ ରେଜଲ୍ଟ ‌ଉପଲ୍ଲବ୍ଧ ହୋଇଛି।

Leave a Reply

Your email address will not be published. Required fields are marked *