ଆନ୍ଧ୍ରପ୍ରଦେଶ : ମତଦାନ କେନ୍ଦ୍ରରେ ଜଣେ ଭୋଟରଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିବା ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ଜଣେ ଭୋଟରଙ୍କୁ ଚାପୁଡ଼ା ମାରିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏହା ମଧ୍ୟ ଦେଖାଯାଇଛି ଯେ ଭୋଟର ମଧ୍ୟ ବିଧାୟକଙ୍କୁ କଠୋର ଚାପୁଡ଼ା ମାରିଥିଲେ। ଗୁଣ୍ଟୁର ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ଏହି ଘଟଣା ଘଟିଛି ।
ସୂଚନା ଅନୁଯାୟୀ , ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ ରେଡ୍ଡିଙ୍କ ଦଳର ଜଣେ ବିଧାୟକ ଆଜି ସକାଳେ ଗୁଣ୍ଟୁର ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ଧାଡ଼ି ଭାଙ୍ଗି ମତଦାନ କେନ୍ଦ୍ରକୁ ଯାଉଥିବା ବେଳେ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟର ଜଣକ ଅଭିଯୋଗ କରିବାରୁ ବିଧାୟକ ଜଣକ ରାଗିକି ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ଭୋଟର ଜଣକ ମଧ୍ୟ ଚୁପ୍‌ ନରହି ରାଗରେ ବିଧାୟକଙ୍କୁ ଓଲଟା ମାରିଥିବା ଦେଖିବାକୁ ମିଳିଛି। ହେଲେ ଭୋଟରଙ୍କ ଉପରେ ବିଧାୟକଙ୍କର ଏପରି ଆକ୍ରମଣ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି।

By SonaliP

Leave a Reply

Your email address will not be published. Required fields are marked *