ବିଜେଡିକୁ ବିଜେପିର ପଞ୍ଚମୁଖୀ ଆକ୍ରମଣ। ବିଜେପି ପକ୍ଷରୁ ଭୁବନେଶ୍ବରର ଏକ ହୋଟେଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲ ଏକା ସଙ୍ଗେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ବିଜେଡିକୁ ପ୍ରଶ୍ନ ପଚାରି ଘାଇଲା କରୁଛନ୍ତି ବିଜେପି ନେତା।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାକୁ ନେଇ ବିଜେଡି ଆଉ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ହେଲା । ସେମାନଙ୍କ ଜମି ହଡପ ହେଲା, ଧର୍ମାନ୍ତରୀକରଣ ପାଇଁ ବିଦେଶୀ ଶକ୍ତିର ସାହାଯ୍ୟ ନିଆଗଲା। ଆଜିର ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ସନ୍ଦେହ ଘେରରେ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା କର୍ମୀଙ୍କୁ କାହିଁକି ଅପସାରଣ କରାଗଲା ।

ସୁରକ୍ଷା ମାଗିଲେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କଲେ । ଓଡ଼ିଶାରେ ଫ୍ରିଡିମ ରିଲିଜିଅନ ଆକ୍ଟ ଅଛି । ହେଲେ ଏତେ ବଡ ଘଟଣା ପାଇଁ ଗୃହ ବିଭାଗ ଦାୟୀ । ମୁଖ୍ୟମନ୍ତ୍ରୀ ବିଭାଗ ଦାୟିତ୍ୱରେ ଥିଲେ । ସେ କଣ କିଛି ଜାଣି ପାରିଲେନି ?ହିନ୍ଦୁ ସମାଜଙ୍କୁ ନେତୃତ୍ବ ବିହୀନ କରିବ ପାଇଁ ଷଡଯନ୍ତ୍ର ହୋଇଥିଲା । ଏହାର ପ୍ରଚ୍ଛଦପଟରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ଏ କଥାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ । 3ଟି କମିଶନ ବସିଲା ତାହାର ରିପୋର୍ଟ ସାର୍ବଜନୀନ କରନ୍ତୁ ସରକାର । ଏଭଳି ସରକାର ଉଠେଇକି ଫୋପାଡି ଦେବା ଦରକାର ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ଅନ୍ୟପଟେ ନବୀନ ବାବୁଙ୍କ ସତ୍ୟତା ନେଇ ପ୍ରଶ୍ନ ଉଠାଇଛନ୍ତି ବୈଜୟନ୍ତ ପଣ୍ଡା ।ରାଜ୍ୟରେ ସରକାର ଆଉଟ ସୋର୍ସ ହୋଇଛି,ଆଜି ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି’ କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି,ତାଙ୍କୁ ଏକପ୍ରକାର ବନ୍ଦୀ କରାଯାଇଛି ବୋଲି କହିଲେ ବୈଜୟନ୍ତ। ବ୍ୟକ୍ତିଗତ ଭାବେ ମୋତେ ଏହା ବେଶି ବାଧିଛି, ଆମ ପରିବାର ସହ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି’। ୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏପରି ନ ଥିଲେ’।ନବୀନ ବାବୁ କ୍ୟାପ୍‌ଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ ପଡ଼ିଛି। ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା ତାଙ୍କର ନୁହେଁ ବୋଲି କହିଛନ୍ତି ବୈଜୟନ୍ତ।‘ତାହା ତାଙ୍କର ‘ଡିପ୍‌ ଫେକ୍‌’ ବୋଲି କୁହାଯାଇ ପାରିବ’, ‘କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରି କୁହାଉଛି’, ‘ଆଉ ଯାହା ଡିଫ୍‌ ଫେକ୍‌ ଜରିଆରେ କହୁଛନ୍ତି ତାହା ସତ ତ’, ‘ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇଥିଲେ, ସମସ୍ତେ ଜାଣିବା ଦରକାର,ନବୀନ ବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ପଡ଼ୁଛି ବୋଲି କହିଛନ୍ତି ବୈଜୟନ୍ତ।

ସେହିପରି ପରିକ୍ରମା ପ୍ରକଳ୍ପ ନେଇ ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ସେ କହିଛନ୍ତି ସାନ ବାବୁ ଜବାବ ଦିଅନ୍ତୁ କେଉଁ ପରିସ୍ଥିତିରେ ନାଁ ନଥିବା ବା କୌଣସି କାମ କରିନଥିବା ସଂସ୍ଥାକୁ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଟେକି ଦିଆଗଲା? କେଉଁ ସ୍ୱାର୍ଥରେ ଟେକି ଦିଆଗଲା ବୋଲି ପ୍ରଶ୍ନ ହୋଇଛି।

ତେବେ ଧର୍ମେନ୍ଦ୍ର ପ୍ରଧାନ ପୁଣି ଓଡ଼ିଶା ଅସ୍ମିତା କଥା ଉଠାଇବା ସହ କହିଛନ୍ତି ଦେଶରେ ଶିଶୁ ମୃତ୍ୟୁ ହାର ୧୦୦୦ ରେ ୨୮ ଥିବା ବେଳେ ଓଡ଼ିଶାରେ ୩୬ ଆଉ ଗୁଜୁରାଟରେ ୨୩ ରହିଛି। ତୃତୀୟ ସର୍ବାଧିକ ଶିଶୁ ମୃତ୍ୟୁହାର ରାଜ୍ୟରେ ଭାବେ ଓଡ଼ିଶା ପରିଚିତ ହେଉଛି। ରାଜ୍ୟରେ ଶିକ୍ଷା ସ୍ବାସ୍ଥ୍ୟ ପାଇଁ ପ୍ରତି ମୁଣ୍ଡ ପିଛା ୧୪୫୦ ଟଙ୍କା ଖର୍ଚ୍ଚ ହେଉଛି ଯାହାକି ଦେଶରେ ଜାତୀୟ ସ୍ତରରେ ୨୦୧୪ ଟଙ୍କା ହେଉଥିବା ବେଳେ ଗୁଜୁରାଟ ରେ ତାହା ୧୮୬୧ ଟଙ୍କା। ଓଡ଼ିଶାରେ ୪୯.୯% ପିଲା ଦଶମ ପରୀକ୍ଷା ଦେଉ ନାହାନ୍ତି ବା ହାଇସ୍କୁଲ ଡ୍ରପ ଆଉଟ୍ ହେଉଛନ୍ତି। ଯାହାକି ଜାତୀୟ ସ୍ତରରେ ସବୁଠୁ ଅଧିକା। ଜାତୀୟ ସ୍ତରରେ ଏହା ୨୦ ପ୍ରତିଶତ। ଏହାସହ ଆମ ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା ବିପଦରେ ଥିବା ଓ ତାହାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସେହିପରି ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଅନେକ ପ୍ରସଙ୍ଗ ନେଇ ବିଜେଡିକୁ ଘେରିଛନ୍ତି। ଏହାସହ ଓଡ଼ିଶା ଶିକ୍ଷା,ସ୍ବାସ୍ଥ୍ୟ, ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ବୋଲି କହିଛନ୍ତି। ମାଙ୍କଡ ହାତରେ ଶାଳଗ୍ରାମ କହି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Nirvay

Leave a Reply

Your email address will not be published. Required fields are marked *