ବିଶାଖାପାଟଣା ଠାରେ ଡାଇରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ପକ୍ଷରୁ ଏକ ବଡ଼ଧରଣର ସୁନା ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ କରାଯାଇଛି। ଜାତୀୟ ରାଜପଥରେ କରାଯାଇଥିବା ଚଢ଼ଉ ଏବଂ ପାଟ୍ରୋଲିଂ ସମୟରେ ଅଧିକାରୀମାନେ କୋଲକାତାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଯାନରୁ ବିପୁଳ ପରିମାଣର ବିଦେଶୀ ସୁନା ଜବତ କରିଛନ୍ତି।

ଗୁପ୍ତ ଭାବରେ ତିନୋଟି ଅଲଗା ପ୍ୟାକେଟ୍ ଓ ଚାମ୍ବରରେ ଲୁଚାଇ ରଖାଯାଇଥିବା ଏହି ସୁନାର ଓଜନ ପ୍ରାୟ ୫.୮ କେଜି ରହିଥିବାବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ DRI ଟିମ୍ ଗିରଫ କରିବା ସହ ଏତେ ପରିମାଣର ସୁନା କେଉଁଆଡ଼ୁ ଏବଂ କିପରି ଅଣାଯାଉଥିଲା ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ସୁନା ଭାରତ-ବାଂଲାଦେଶ ସୀମା ଦେଇ ଦେଶ ଭ୍ୟତରକୁ ଚୋରା ଚାଲାଣ ହୋଇ ଆସିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *