ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବାଣ୍ଟିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ ବାଣ୍ଟିଛନ୍ତି । ଏହା ସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ର ଶୁଭାରମ୍ଭ କରିଛନ୍ତି।

ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ୭୩ ହଜାର କୋଟି ଟଙ୍କା ଅତିକ୍ରମ କରି ୧୨୦ ରୁ ଅଧିକ ଦେଶରେ ପହଞ୍ଚିଛି ବୋଲି ଗୁରୁତ୍ୱାରୋପ କରି ଉପରାଷ୍ଟ୍ରପତି ଡିଜିଟାଲ ପ୍ରାଧିକରଣ, ଜାହାଜ ଟ୍ରାକିଂ ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର ମାନଦଣ୍ଡ ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା-ଚାଳିତ ମତ୍ସ୍ୟଚାଷ ପାଇଁ ଆହ୍ୱାନ ଦେଇଛନ୍ତି। ମତ୍ସ୍ୟ ଉତ୍ପାଦନର ସ୍ଥାୟୀ ଉପଯୋଗ ଉପରେ ଗୁରୁତ୍ବାରୋପ କରି ସେ କହିଛନ୍ତି ଓଡ଼ିଶା ମତ୍ସ୍ୟ ଉତ୍ପାଦନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି  ।

Leave a Reply

Your email address will not be published. Required fields are marked *