ପବିତ୍ର ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ତଥା ଶ୍ରଦ୍ଧାଳୁଙ୍କୁ ସୁବ୍ୟବସ୍ଥିତ ସେବା ଯୋଗାଇବା ଲକ୍ଷ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରଥଯାତ୍ରା ସମୟରେ ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ କିଛି କଠୋର ନିଷ୍ପତ୍ତି ମଧ୍ୟ ନିଆଯାଇଛି । ରଥଯାତ୍ରା ସମୟରେ ବଡଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ରାସ୍ତାରେ ଭିଡ ନିୟନ୍ତ୍ରଣ ଓ ସ୍ୱଚ୍ଛତା ରକ୍ଷା ପାଇବ । ବର୍ଷା ଦିନରେ ଜଳ ଜମା ଓ ଅସୁବିଧା ନ ହେବା ପାଇଁ ସହର ସମସ୍ତ ନାଳକୁ ସଫା କରାଯାଇଥିବା ନେଇ ବୈଠକରେ ସୂଚନା ଦିଆଯାଇଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କ ପାଇଁ ସହର ବିଭିନ୍ନ ସ୍ଥାନରେ ୨୪ଟି ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି । ଏହା ଯାନବାହନ ଚଳାଚଳକୁ ସୁଗମ କରିବ । ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ପ୍ରଶାସନ ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । Post navigation अमरनाथ यात्रियों से पीएम मोदी की अपील: यात्रा बजट का 10% स्थानीय उत्पादों पर करें खर्च Woman IIC Found Dead: କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର