ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟାବହ ରୂପ ଧାରଣ କରିଛି। ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଛି। ବିଶେଷ କରି ଦଶରଥପୁର, କୋରେଇ, ବରୀ ଓ ଜେନାପୁର ଅଞ୍ଚଳରେ ବନ୍ୟାଜଳ ପଶିବାରୁ ବ୍ୟାପକ କ୍ଷତିଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ୮ଟି ବ୍ଲକର ପ୍ରାୟ ୪୪୭ଟି ଗାଁ ବନ୍ୟା ଘେରରେ ରହିଛି। ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ପଡ଼ିରହିବା ଫଳରେ ଗଜା ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ଜୀବନଯାତ୍ରା ବ୍ୟାହତ ହୋଇଛି। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ କାସପା ଓ ତାରାପଡ଼ା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ ରାମଚନ୍ଦ୍ରପୁର, ବାଲଦା ଓ ଡୋଭାବିଲ ଗାଁର ପ୍ରଭାବିତ ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖ-ସୁଖ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରନ୍ଧା ଖାଦ୍ୟ, ସୁଖିଲା ରିଲିଫ ଏବଂ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ସେ ଦଶରଥପୁର ସମେତ ବିଭିନ୍ନ ତଳିଆ ଅଞ୍ଚଳ ବୁଲି ଦେଖିବା ସହ ପ୍ରଶାସନ ପକ୍ଷରୁ ଚାଲିଥିବା ଉଦ୍ଧାର, ରିଲିଫ୍ ଓ ରନ୍ଧାଖାଦ୍ୟ ଯୋଗାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବା ସହ ପ୍ରଶାସନ ପକ୍ଷରୁ ଚାଲିଥିବା ଉଦ୍ଧାର, ଅଭିଯାନ, ରନ୍ଧାଖାଦ୍ୟ ଯୋଗାଣ ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବନ୍ୟା ବିପନ୍ନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି। Post navigation Subhadra Yojana: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା଼; ନୂଆ ଆବେଦନକାରୀଙ୍କୁ ଏକାସଙ୍ଗେ ମିଳିବ ୫ଟି କିସ୍ତି: ପ୍ରଭାତୀ ପରିଡା Capital Hospital Doctor Nabbed by Vigilance: ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର