ଆସନ୍ତା ଅଗଷ୍ଟ ୨୮ ରାକ୍ଷୀ ପୂର୍ଣ୍ଣିମା ଦିନ ମିଳିବ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏଥର ସୁଭଦ୍ରା ଯୋଜନାର ରାଜ୍ୟସ୍ତରୀୟ ସମାରୋହ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯିବ। ଅଗଷ୍ଟ ୨୮ ସୁଦ୍ଧା ଆବେଦନ କରିଥିବା ସମସ୍ତ ଯୋଗ୍ୟ ମହିଳାଙ୍କୁ ଏହି କିସ୍ତିରେ ସାମିଲ କରାଯିବ ।

ସେହିପରି, ପୂର୍ବରୁ କୌଣସି କାରଣରୁ ବାଦ୍‌ ପଡ଼ିଥିବା କିମ୍ବା ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାସଙ୍ଗେ ପୂର୍ବର ୪ଟି କିସ୍ତି ସହ ଚଳିତ ୫ମ କିସ୍ତି ,ମୋଟ ୫ଟି କିସ୍ତିର ଟଙ୍କା ପ୍ରଦାନ କରାଯିବ।

 

 

Leave a Reply

Your email address will not be published. Required fields are marked *