ସମ୍ବଲପୁରର ଦେବ୍ରିଗଡ଼ ଅଭୟାରଣ୍ୟରେ ଥିବା ମହାବଳ ବାଘର ପରିଚୟ ମିଳିଛି । ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ପ୍ରକଳ୍ପରୁ ଦେବ୍ରିଗଡ଼କୁ ଆସିଥିବା ଜଣାପଡ଼ିଛି । ୨୦୨୫ ମସିହାରେ ଏହି ବାଘଟି ପ୍ରାୟ ୬ ମାସ ଧରି ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ତେବେ ବନ ବିଭାଗର ଅନୁମାନ ଅନୁଯାୟୀ, ବାଘଟି ମୂଳତଃ ମହାରାଷ୍ଟ୍ରରୁ ଆସିଛି । ଏହାର ଗତିବିଧି ଓ ପୂର୍ବ ଇତିହାସ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଦେବ୍ରିଗଡ଼ ଅଭୟାରଣ୍ୟ କର୍ତ୍ତୃପକ୍ଷ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA)କୁ ଅନୁରୋଧ କରିଛନ୍ତି । ଏହି ତଥ୍ୟ ମିଳିବା ପରେ ବାଘଟିର ମୂଳ ଆବାସସ୍ଥଳୀ, ଦୀର୍ଘ ଦୂରତା ଅତିକ୍ରମ କରି ଦେବ୍ରିଗଡ଼ରେ ପହଞ୍ଚିବାର କାରଣ ଏବଂ ଏହାର ଗତିବିଧି ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ । ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ବନ୍ୟଜନ୍ତୁ ସଂରକ୍ଷଣ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । Post navigation Congress claims 30% Bus Fare Hike in Odisha: ଓଡ଼ିଶାରେ ବସ୍ ଭଡ଼ାରେ ୩୦% ବୃଦ୍ଧି ହୋଇଥିବା କଂଗ୍ରେସର ଅଭିଯୋଗ: ସାଧାରଣ ଯାତ୍ରୀ ହନ୍ତସନ୍ତ