ଭୁବନେଶ୍ବର: ନିର୍ବାଚନ ସମୟରେ ଆୟକର ବିଭାଗ ଓ ପୁଲିସ ଅଧିକ ସକ୍ରିୟ ରହିଛନ୍ତି। ନିର୍ବାଚନ ପାଇଁ ସବୁଠି ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରରୁ ଜବତ ହୋଇଛି ୫ କୋଟିରୁ ଅଧିକ ଟଙ୍କା। ଆୟଗର ବିଭାଗ ଗାଡ଼ି ଯାଞ୍ଚ ବେଳେ ଏକ ଦାମୀ କାର୍‌ ଭିତରୁ ୫କୋଟି ଟଙ୍କା ଠାବ କରିଛି। ଭୁବନେଶ୍ୱର ସୂର୍ଯ୍ୟନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏହି ଟଙ୍କା ଜବତ ହୋଇଛି । ଏହି ଟଙ୍କା ଭର୍ତ୍ତି କାର୍‌ଟି ଯାଜପୁର ଜିଲ୍ଲାର ଜଣେ ଠିକାଦାର ନିହାର ରଞ୍ଜନ ମାନ୍ଧାତାଙ୍କର ।

ସୂଚନାଯୋଗ୍ୟ, ସୋମବାର ବିଳମ୍ୱିତ ରାତିରେ ରାଜଧାନୀର ଭୁବନେଶ୍ୱରର ହାଇପ୍ରୋଫାଇଲ୍‌ ଅଞ୍ଚଳ ଭାବେ ପରିଚିତ ସୂର୍ଯ୍ୟନଜର ଏଲ୍‌ଆଇସି ଅଫିସ୍‌ ପାଖରେ ଗୋଟିଏ ଫର୍ଚୁନର କାର୍‌ ଛିଡ଼ା ହୋଇଥିଲା। ସେହି କାର୍‌ରେ ଟଙ୍କା ଥିବା ନେଇ ଆୟକର ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଚଢ଼ଉ ସମୟରେ କାର ଭିତରେ ୩ଟି ବଡ଼ କଳା ବ୍ୟାଗରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଥିବା ଦେଖିବାକୁ ପାଇଥିଲା। ପରେ ଟଙ୍କା ସମ୍ପର୍କରେ କାର୍‌ ଭିତରେ ବ୍ୟକ୍ତିଙ୍କୁ ପଚାରିଥିଲା। ହେଲେ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଜବତ ଟଙ୍କା ଯାଜପୁର ଅଂଚଳର ଜଣେ ଠିକାଦାରଙ୍କର ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଠିକାଦାରଙ୍କ ନା ନିହାର ରଂଜନ। ଠିକାଦାର ନିହାର ରଂଜନଙ୍କ ଯାଜପୁର ବାସଭବନରେ ଆୟକର ବିଭାଗ ଏବେ ଚଢ଼ାଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *