ବ୍ରହ୍ମପୁର : ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଗତକାଲି ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହାତାହାତି ହେବା ସହ ତୁମୁଳକାଣ୍ଡ ଘଟିଥିଲା। ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଥିଲେ। ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ଗୁରୁତର ଆହତ ହୋଇଥିଲେ । ତେବେ ଆହତ ପ୍ରଦୀପଙ୍କୁ ଆଜି ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍‌ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଛି। ତେବେ ଏହି ଆକ୍ରମଣ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେବେଳ ଅହିଂସା କଥା କହୁଛନ୍ତି, ମାତ୍ର ହିଂସା ଏବେ ଚରମ ସୀମାରେ ପହଞ୍ଚିଛି। ହାରିବା ଭୟରେ ସେମାନେ ତାଟିଆ କାମୁଡ଼ିବା ଆରମ୍ଭ କରିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ସ୍ୱସ୍ଥ୍ୟାବସ୍ଥା ନେଇ ପତ୍ନୀ କହିଛନ୍ତି, ଚେଷ୍ଟରେ ଫ୍ୟାକ୍ଚର ହୋଇଛି, ବେକରେ ମାଡ଼ ହୋଇଛି। ତାଙ୍କ ପକ୍ଷରେ କଥା କହିବା କଷ୍ଟକର ହୋଇପଡିଛି ।
ଏହି ଆକ୍ରମଣ ଘଟଣାରେ ଶିବଶଙ୍କରଙ୍କୁ ପୋଲିସ ଗିରଫ କରିଛି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ।

By SonaliP

Leave a Reply

Your email address will not be published. Required fields are marked *