case-registered-against-former-mp-n-bhaskar-rao
ଟ୍ରକ୍ ମାଲିକ ସଂଘର ୮୦ କୋଟିରୁ ଅଧିକ ଟଙ୍କା ହେରଫେର ଅଭିଯୋଗରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ନାଁରେ ରାୟଗଡା ପୋଲିସ ମାମଲା ରୁଜୁ କରିଛି । ଟ୍ରକ୍ ୟୁନିଅନ୍‌ ସଭାପତି ଓ୍ୱାଇ. ଭେଙ୍କେଟ ରାଓଙ୍କ ଅଭିଯୋଗ ଆଧାରେ ଏହି ମାମଲା ରୁଜୁ ହୋଇଛି ।
 
ଅଭିଯୋଗକାରୀଙ୍କ କହିବା ଅନୁସାରେ, ଟ୍ରକ୍ ମାଲିକ ସଂଘର ବିପୁଳ ପରିମାଣର ଅର୍ଥ ଅନିୟମିତ ଭାବେ ହେରଫେର ହୋଇଛି । ସୂଚନାଯୋଗ୍ୟ, ୨୦୨୩ ମସିହାରେ ଏନ୍. ଭାସ୍କର ରାଓଙ୍କ ନାଁରେ ପ୍ରଥମେ ଏତଲା ଦିଆଯାଇଥିଲା । ଦୀର୍ଘ ଦିନ ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

By Nirvay

Leave a Reply

Your email address will not be published. Required fields are marked *