ବିଜୁ ଜନତା ଦଳ ପକ୍ଷରୁ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ମିଡିଆ ସେଲ୍‌ର ବ୍ୟାପକ ପୁନର୍ଗଠନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ସୂଚୀ ପ୍ରକାଶ ପାଇଛି। ପୂର୍ବର ସମସ୍ତ ଅର୍ଡରକୁ ରଦ୍ଦ କରାଯାଇ ଇଲେକ୍ଟ୍ରୋନିକ, ପ୍ରିଣ୍ଟ, ସୋସିଆଲ ମିଡିଆ ଏବଂ ଆଇଟି ସେଲ୍ ପାଇଁ ନୂଆ ସଂଯୋଜକଙ୍କ ସହ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରବକ୍ତାଙ୍କ ନାମ ଘୋଷଣା କରାଯାଇଛି।

ଏହି ନୂତନ ଗଠନ ଅନୁସାରେ ଇଲେକ୍ଟ୍ରୋନିକ ମିଡିଆର ମୁଖ୍ୟ ସଂଯୋଜକ ଭାବେ ଡ. ଅରୁଣ କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଦେବେଶ ଆଚାର୍ଯ୍ୟ ବରିଷ୍ଠ ସଂଯୋଜକ ଓ ଲେନିନ୍ ମହାନ୍ତି ସଂଯୋଜକ ଭାବେ କାର୍ଯ୍ୟ କରିବେ।

ସେହିପରି ପ୍ରିଣ୍ଟ ମିଡିଆ ଦାୟିତ୍ୱ ମୁଖ୍ୟ ସଂଯୋଜକ ସଞ୍ଜୟ କୁମାର ଦାସବର୍ମା, ବରିଷ୍ଠ ସଂଯୋଜକ ଗୌତମ ବୁଦ୍ଧ ଦାସ ଓ ସଂଯୋଜକ ପ୍ରିୟବ୍ରତ ମାଝୀଙ୍କୁ ନ୍ୟସ୍ତ କରାଯାଇଛି।

ସୋସିଆଲ ମିଡିଆ ଓ ଆଇଟି କ୍ଷେତ୍ରରେ ଦଳର ସ୍ୱରକୁ ଆହୁରି ମଜବୁତ କରିବା ପାଇଁ ପ୍ରତାପ ଜେନାଙ୍କୁ ମୁଖ୍ୟ ସଂଯୋଜକ, ପ୍ରଣବ କୁମାର ବଳବନ୍ତରାୟଙ୍କୁ ବରିଷ୍ଠ ସଂଯୋଜକ, ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ସୋସିଆଲ ମିଡିଆ ସଂଯୋଜକ ଏବଂ ଅମରେଶ ପାତ୍ରଙ୍କୁ ଆଇଟି ସଂଯୋଜକ ଭାବେ ନିଯୁକ୍ତି ମିଳିଛି।

ଏଥି ସହିତ ଜାତୀୟ ସ୍ତରରେ ଦଳର ପକ୍ଷ ରଖିବା ପାଇଁ ୧୦ ଜଣିଆ ବିଶିଷ୍ଟ ଜାତୀୟ ପ୍ରବକ୍ତା ଟିମ୍ ଗଠନ କରାଯାଇଛି। ଏଥିରେ ଡ. ସନ୍ତୃପ୍ତ ମିଶ୍ର, ଡ. ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, କଳିକେଶ ନାରାୟଣ ସିଂହଦେଓ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କ ଭଳି ଅଭିଜ୍ଞ ନେତାମାନଙ୍କୁ ସାମିଲ କରାଯାଇଛି।

ଏହାସହ ରାଜ୍ୟ ସ୍ତରରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ୩୦ ଜଣିଆ ରାଜ୍ୟ ପ୍ରବକ୍ତା ମଣ୍ଡଳୀ ଓ ୨୦ ଜଣ ବରିଷ୍ଠ ପ୍ୟାନେଲିଷ୍ଟଙ୍କୁ ମନୋନୀତ କରାଯାଇଛି। ରାଜ୍ୟ ପ୍ରବକ୍ତା ଭାବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରୀ ନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ ଓ ଟୁକୁନି ସାହୁଙ୍କ ଭଳି ପ୍ରମୁଖ ନେତା ଦାୟିତ୍ୱ ତୁଲାଇବେ। ଅପରପକ୍ଷରେ ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ମହେଶ ସାହୁ, ରବି ନାରାୟଣ ନନ୍ଦ ଓ ସୁଧୀର କୁମାର ସାମଲଙ୍କ ଭଳି ବରିଷ୍ଠ ନେତାମାନେ ବରିଷ୍ଠ ପ୍ୟାନେଲିଷ୍ଟ ଭାବେ କାର୍ଯ୍ୟ କରିବେ।

ଦିନକୁ ଦିନ ବୃଦ୍ଧି ପାଉଥିବା ଡିଜିଟାଲ ମିଡିଆର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ସୋସିଆଲ ମିଡିଆ ଷ୍ଟିଅରିଂ କମିଟିରେ ୨୦ ଜଣ ଓ ଆଇଟି ଷ୍ଟିଅରିଂ କମିଟିରେ ୧୫ ଜଣ ସଦସ୍ୟଙ୍କୁ ନିୟୋଜିତ କରାଯାଇଛି। ସୋସିଆଲ ମିଡିଆ କମିଟିରେ ପ୍ରୀତି ରଞ୍ଜନ ଘଡ଼ାଇ, ବୋମ୍‌କେଶ ରାୟ, ସ୍ୱରୂପ ଦାସ, ବର୍ଷା ସିଂହ ବରିହା, ସୁନୀଲ ମହାନ୍ତି, ମନ୍ମଥ ରାଉତରାୟ ଓ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ସ୍ଥାନ ପାଇଥିବା ବେଳେ ଆଇଟି କମିଟିରେ ତୁଷାର କାନ୍ତି ବେହେରା, ଚନ୍ଦ୍ର ସାରଥୀ ବେହେରା, ସୁଶାନ୍ତ ରାଉତ, ବିଭୂତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ ଓ ବିପ୍ଲବ ପାତ୍ରଙ୍କ ଭଳି ଯୁବ ଓ ଅଭିଜ୍ଞ ନେତାମାନେ ରହିଛନ୍ତି। ଏହି ସମସ୍ତ ନୂତନ ନିଯୁକ୍ତି ଓ ପୁନର୍ଗଠନ ଆଦେଶ ତୁରନ୍ତ ବଳବତ୍ତର ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *