ଭୁବନେଶ୍ଵର : ଭୁବନେଶ୍ଵର ବିଲ୍‌ ଗେଟ୍‌ସ । ଆଜି ସକାଳୁ ସକାଳୁ ବିଲ୍‌ ଗେଟ୍‌ସ ଲୁମ୍ଵିନୀ ବିହାର ମା’ ମଙ୍ଗଳା ବସ୍ତିକୁ ଗସ୍ତ କରିଛନ୍ତି । ସେଠାରେ ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରୁଛନ୍ତି ମାଇକ୍ରୋସପ୍ଟର ସହ ପ୍ରତିଷ୍ଠାତା। ଲୋକମାନଙ୍କ ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି। ଏହା ସହ ଜାଗା ମିଶନ, ମୁକ୍ତା ଆଦି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ କଣ ମିଳୁଛି ପଚାରି ବୁଝିଛନ୍ତି।

ଏହାପରେ ବିଲ୍ ଗେଟ୍‌ସ କୃଷି ଭବନ ଏବଂ ମିଶନ ଶକ୍ତି ବଜାର ବୁଲି ଦେଖିବେ। ଏହାରି ମଧ୍ୟରେ କୃଷି ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୧୨ଟା ୩୫ରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଏହି ସମୟରେ କୌଣସି ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *