ଭୁବନେଶ୍ୱର : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିଜେଡି କଳି । ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମାସାମନ୍ତ ରାୟଙ୍କ କଡା ଟିପ୍ପଣୀ । କିଏ କଣ କହିଲା ସେଥିରେ ଯାଏଆସେ ନାହିଁ କହିଲେ ବିଧାୟକ ଉମାସାମନ୍ତ ରାୟ । ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କଲେଣି କି ପଚାରିଲେ ଉମା । ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି ବୋଲି କହିଲେ ଉମା । ସତ୍ୟବାଦୀ କହିଲେ ଉମା ସାମନ୍ତରାୟ ବୋଲି ଦମ୍ଭୋକ୍ତି କଲେ । ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା ନେଇ ସଂଜୟଙ୍କ ଭିଡିଓ ଭାଇରାଲ ହୋଇଥିଲା । ସତ୍ୟବାଦୀରୁ ସେ ବିଜେଡି ପ୍ରାର୍ଥୀ ହେଉଥିବା ସଂଞ୍ଜୟ କହୁଥିବା ଦେଖାଯାଇଥିଲା । ଉମାଙ୍କୁ ବ୍ରହ୍ମଗିରି ପଠାଯିବ ଓ ସେ ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା କହିଥିôଲେ ।

ସେପଟେ କଳି ତେଜିବା ପରେ ଦୁଇ ବରିଷ୍ଠ ନେତାଙ୍କୁ ଶଙ୍ଖ ଭବନ ଡକରା ହୋଇଛି। ଶଙ୍ଖ ଭବନରେ ପହଞ୍ଚିଛନ୍ତି ଉଭୟ ସଂଜୟ ଦାସବର୍ମା ଏବଂ ଉମା ସାମନ୍ତରାୟ। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପହଞ୍ଚିଛନ୍ତି। ତେବେ ସେଠାରେ କି ନିଷ୍କର୍ଷ ବାହାରୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *