ଭୁବନେଶ୍ୱର: ଇଡ଼ିରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅ ହାଜର ହୋଇଥିବା ସୂଚନା ମିଳିଛି । ବରପଦା ଇଞ୍ଜିନିୟରିଂ ଜମି ମାମଲାରେ ଉଭୟଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ପ୍ରଫୁଲ୍ଲଙ୍କ ବାସଭବନରେ ଚଢଉ କରିଥିଲା ଇଡ଼ି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ୍ସ ପୋଷ୍ଟ କରି ଦର୍ଶାଇଥିଲା ଯେ କଲେଜ କମିଟିର ଅର୍ଥ ଅନିୟମିତତା ମାମଲାରେ ଭୁବନେଶ୍ବର ସେମତ ୧୦ ସ୍ଥାନରେ ଚଢାଉ କରାଯାଇଥିଲା। ରେଡ୍ ସମୟରେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ, ଡିଜିଟାଲ୍ ଉପକରଣ, ଲ୍ୟାଣ୍ଡ ଏଗ୍ରିମେଣ୍ଟ ସହ 9 ଲକ୍ଷ ଟଙ୍କା ଓ 40 ଲକ୍ଷ ଟଙ୍କାର କାର ଜବତ କରିଥିଲା।ସାମଲ ବାପା ପୁଅଙ୍କ ବିରୋଧରେ ରହିଛି ବରପଦା କଲେଜ ନାଁରେ 20 କୋଟି ଟଙ୍କାର ଜମି କିଣାବିକା ଦୁର୍ନୀତି ନେଇ ସଂଗୀନ ଅଭିଯୋଗ । ଏଥିସହ ଦୀର୍ଘ ଦିନ ହେଲା ଦରମା ପାଇ ନାହାନ୍ତି ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀ । କଲେଜ ମ୍ୟାନେଜିଂ କମିଟି ଚେୟାରମ୍ୟାନ୍ ତଥା ଟାଣୁଆ ବିଜେଡି ନେତା ପ୍ରୟାସକାନ୍ତି ସାମଲ କର୍ମଚାରୀଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *