ଏକ ଦିନିଆ ରାଜ୍ୟ ଗସ୍ତରେ ଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଜି ଭୁବନେଶ୍ୱରର ମିଶନ ଶକ୍ତି ବଜାର ପରିଦର୍ଶନ କରିଛନ୍ତି। ନୂତନ ଭାବେ ଉଦ୍ଘାଟିତ SHG ବଜାର ଗସ୍ତ ସମୟରେ ସେ SHG ସଦସ୍ୟଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ କୋରାପୁଟ କଫି ଦୋକାନ ମଧ୍ୟ ପରିଦର୍ଶନ କରିଥିଲେ।

ଏହି ଗସ୍ତ ସମୟରେ 5T ଏବଂ ନବିନ ଓଡିଶାର ଚେୟାରମ୍ୟାନ୍ ଭିକେ ପାଣ୍ଡିଆନ୍ ଏବଂ କମିଶନର୍-କମ-ସେକ୍ରେଟେରୀ, ମିଶନ୍ ଶକ୍ତି, ସୁଜତା ରାଉତ କାର୍ତ୍ତିକେୟନ ମଧ୍ୟ ବିଲ୍ ଗେଟ୍ସଙ୍କ ସହ ଆଲୋଚନା କରିଥିଲେ।

ଏଥି ସହ ବିଲ୍ ଗେଟ୍ସ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ବିଲ୍‌ ଗେଟ୍ସ ଫାଉଣ୍ଡେସନ ସହଯୋଗରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରୁଛନ୍ତି । ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି । ଏହା ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନକୌଶଳ ବାବଦରେ ଚାଷୀଙ୍କୁ ସୂଚନା ଦେଉଛି । ୨୦୨୧ ମସିହାରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ବିଲ ଗେଟ୍ସଙ୍କ ଗସ୍ତ ପୂର୍ବରୁ ଅଧିକାରୀମାନେ କୃଷି ଭବନ ପରିଦର୍ଶନ କରି ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀଙ୍କ ସହ ଆଲୋଚନା କରିଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *