ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ ଘରେ ଘରେ ପହଂଚାଇବା, ମୋଦିଙ୍କ ଯୋଜନାରୁ ବଂଚିତ ଓଡିଶାର ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ, କାର୍ଯ୍ୟକର୍ତା, ବଣିକ ସଂଘ ସଦସ୍ୟଙ୍କ ସହ ବୈଠକ, ଲାଭାର୍ଥୀ ସମ୍ମିଳନୀ କରି ଜନତାଙ୍କୁ ସଚେତନ କରାଇବା ଓ ନିର୍ବାଚନ ଅଭିଯାନକୁ ଗତିଶୀଳ କରିବା ପାଇଁ ଆସନ୍ତା କାଲି ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଉମରକୋଟକୁ ଦିନିକିଆ ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ‘ବିକଶିତ ଭାରତ’ ଗଠନ ପାଇଁ ଜନପରାମର୍ଶ ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ବୈଠକରେ ଯୋଗ ଦେଇ ଲୋକଙ୍କୁ ଅବଗତ କରାଇବେ । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ହିଁ ମୋଦିଙ୍କ ଗ୍ୟାରେଂଟି ।

ମୋଦିଜୀ ପୁଣି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଓ ବିଜେପି ଦେଶ ଓ ରାଜ୍ୟରେ ସରକାର ଗଠନ କରିବ । ଲୋକସଭା ନିର୍ବାଚନରେ ୪ଶହରୁ ଊର୍ଦ୍ଧ୍ୱ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ । ଏହି ଅଭିଯାନରେ ନବରଙ୍ଗପୁରବାସୀଙ୍କୁ ସାମିଲ କରିବା ପାଇଁ ଆସୁଛନ୍ତି ଶର୍ମା । ଏହି ଗସ୍ତ ସମୟରେ ଶର୍ମା କାର୍ଯ୍ୟକର୍ତା ସମ୍ମିଳନୀ ସହ ବଣିକ ସଂଘ ସଦସ୍ୟଙ୍କ ବୈଠକ, ଲାଭାର୍ଥୀ ସମ୍ମିଳନୀ ଓ ଘର ଘର ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ।  ଶର୍ମାଙ୍କ ନବରଙ୍ଗପୁର ଗସ୍ତ ଓଡିଆ ଲୋକଙ୍କ ପାଇଁ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ରାଜ୍ୟ ସମ୍ପାଦକ ସରୋଜ କର ସୂଚନା ଦେଇଛନ୍ତି ।

 

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *