ଭିଜିଲାନ୍ସ ପକ୍ଷରୁ ମିଥ୍ୟା ଓ ଉଦ୍ଦେଶ୍ୟପ୍ରଣୋଦିତ ମାମଲା ରୁଜୁ କରାଯାଇଥିବା ଅଭିଯୋଗ ସମ୍ପର୍କିତ ଏକ ମାମଲାକୁ ଖାରଜ କରିବା ସହ ଆବେଦନକାରୀଙ୍କ ଉପରେ ୩ ହଜାର ଟଙ୍କା ଜରିମାନା ଲଗାଇଥିବା ଓଡ଼ିଶା ମାନବାଧିକାର ଆୟୋଗ (OHRC)ଙ୍କ ଆଦେଶ ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଏହି ଘଟଣାରେ ହାଇକୋର୍ଟ ମାନବାଧିକାର ଆୟୋଗ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (OSIC), ଗୃହ ବିଭାଗ, ପୋଲିସ ମହାନିର୍ଦ୍ଦେଶକ ଏବଂ ଭିଜିଲାନ୍ସ ବିଭାଗକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆର୍.କେ. ପଟ୍ଟନାୟକ ଏହି ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି। ଏଥିରେ ମାନବାଧିକାର ଆୟୋଗଙ୍କ ୨୦୨୬ ଜାନୁଆରୀ ୩୧ ତାରିଖର ଆଦେଶର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଯାଇଛି। ଏଥିସହ ଜରିମାନା ଆଦାୟ ସମ୍ପର୍କରେ ଦାୟର ଅନ୍ତରୀଣ ଆବେଦନ ଉପରେ ମଧ୍ୟ ପୃଥକ୍ ଭାବେ ସ୍ଥଗିତାଦେଶ ପ୍ରଦାନ କରାଯାଇଛି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆର୍.କେ. ପଟ୍ଟନାୟକ ଏହି ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମାନବାଧିକାର ଆୟୋଗଙ୍କ ୨୦୨୬ ଜାନୁଆରୀ ୭ ତାରିଖର ଆଦେଶର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଯାଇଛି। ଏହା ସହିତ ଜରିମାନା ଆଦାୟ ପ୍ରସଙ୍ଗରେ ଦାୟର ଅନ୍ତରୀଣ ଆବେଦନ ଉପରେ ମଧ୍ୟ ପୃଥକ୍ ଭାବେ ସ୍ଥଗିତାଦେଶ ଜାରି କରାଯାଇଛି। ଆବେଦନକାରୀଙ୍କ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅବସରପ୍ରାପ୍ତ ଉପ-ମହାପ୍ରବନ୍ଧକ (DGM) ଶ୍ରୀ ଦେବେଶ ଦାସଙ୍କ ବିରୋଧରେ ୨୦୧୦-୧୧ ମସିହାରେ ଭିଜିଲାନ୍ସ ପକ୍ଷରୁ କୌଣସି ଅପରାଧିକ ପ୍ରମାଣ ନଥାଇ ଦୁଇଟି ମିଥ୍ୟା ଓ ଉଦ୍ଦେଶ୍ୟପ୍ରଣୋଦିତ ଏଫ୍ଆଇଆର୍ ରୁଜୁ କରାଯାଇଥିଲା। ଅପରପକ୍ଷରେ, ସେ ନିଜେ ଜଣେ ହ୍ୱିସିଲବ୍ଲୋଲ୍ ଭାବେ କାର୍ଯ୍ୟ କରିଥିବା ରେକର୍ଡରୁ ସ୍ପଷ୍ଟ ହେଉଥିଲା। ପରବର୍ତ୍ତୀ ସମୟରେ ତଦନ୍ତ ଶେଷ ହେବା ପରେ ଉଭୟ ଭିଜିଲାନ୍ସ ମାମଲାରେ ସେ ଦୋଷମୁକ୍ତ ହୋଇଥିଲେ। ତଥାପି, ପ୍ରାୟ ୧୧ ବର୍ଷ ଧରି ଅପରାଧିକ ମାମଲାର ସମ୍ମୁଖୀନ ହେବା ଯୋଗୁଁ ତାଙ୍କୁ ଅପମାନ, ମାନସିକ ନିର୍ଯାତନା ଓ ସାମାଜିକ ସମ୍ମାନହାନିର ଶିକାର ହେବାକୁ ପଡ଼ିଥିଲା। ଏହା ତାଙ୍କର ଜୀବନ, ସ୍ୱାଧୀନତା, ମର୍ଯ୍ୟାଦା ଓ ସାମାଜିକ ପ୍ରତିଷ୍ଠା ସମ୍ପର୍କିତ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଯୁକ୍ତି ରଖାଯାଇଥିଲା। ଏହି ଘଟଣାରେ ଭିଜିଲାନ୍ସ ଅଧିକାରୀମାନଙ୍କ ଦ୍ୱାରା କ୍ଷମତାର ଅପବ୍ୟବହାର ଓ ଉଦ୍ଦେଶ୍ୟମୂଳକ ଅପରାଧିକ ମାମଲା ରୁଜୁ କରାଯିବା ଅଭିଯୋଗ ନେଇ ଆବେଦନକାରୀ ୨୦୨୦ ସେପ୍ଟେମ୍ବର ମାସରେ ଓଡ଼ିଶା ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗରେ ତଦନ୍ତକାରୀ ଅଧିକାରୀ ହିମାଂଶୁ ଶେଖର ମିଶ୍ରଙ୍କ ଭୂମିକା ମଧ୍ୟ ଉଲ୍ଲେଖ କରାଯାଇଥିଲା। ତାଙ୍କ ଦ୍ୱାରା ୨୦୨୦ ମସିହାରେ ଆଉ ଏକ ମିଥ୍ୟା ଓ ପୂର୍ବପ୍ରସ୍ତୁତ ଭିଜିଲାନ୍ସ ଟ୍ରାପ୍ ମାମଲା କରାଯାଇଥିବା ଅଭିଯୋଗରେ ମାନବାଧିକାର ଆୟୋଗ ତାଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ। ତେବେ, ପ୍ରାୟ ପାଞ୍ଚ ବର୍ଷ ଧରି ଏକାଧିକ ଶୁଣାଣି ପରେ ଆୟୋଗର ବର୍ତ୍ତମାନର ସଦସ୍ୟ ୨୦୨୬ ଜାନୁଆରୀ ୩୧ ତାରିଖରେ ଆବେଦନକାରୀଙ୍କ ଅଭିଯୋଗକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇ ଖାରଜ କରିବା ସହ ତାଙ୍କ ଉପରେ ୩ ହଜାର ଟଙ୍କା ଖର୍ଚ୍ଚ ଲଗାଇଥିଲେ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟରେ ରିଟ୍ ଆବେଦନ ଦାଖଲ କରିଥିଲେ। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥାପିତ ଯୁକ୍ତି ଓ ରିଟ୍ ଆବେଦନରେ ଦର୍ଶାଯାଇଥିବା ତଥ୍ୟକୁ ବିଚାରକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ନିର୍ଦ୍ଦେଶ ଓ ତଥ୍ୟ ହାସଲ କରିବାକୁ କହିବା ସହ ସମ୍ପୃକ୍ତ ପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ରଙ୍କ ସହ ଆଇନଜୀବୀ ଅଖଣ୍ଡ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି । Post navigation राहुल गांधी की संपत्ति की CBI और ED जांच के आदेश को सुप्रीम कोर्ट ने किया रद्द