ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର। ଦିନକୁ ଦିନ ଲୋକଙ୍କ ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗିଛି। ଆଜି ନବୀନ ନିବାସରେ ହୋଇଥିବା ବୈଠକ ପରେ ଏମିତି କିଛି ଖବର ସାମ୍ନାକୁ ଆସିଛି। ସୂଚନା ମିଳିଛି କି ପୁର୍ବତନ ପୋଲିସ କମିଶନର ଓ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କୁ ପୁରୀ ଲୋକସଭା ନିର୍ବାଚନ ପାଇଁ ସବୁଜ ସଙ୍କେତ ମିଳିଛି।

ବିଜେଡି ଦଳର ସବୁ ଆଶା ଭରସା ଏଵଂ ନଜର ଅରୂପ ଙ୍କ ଉପରେ କାରଣ ପୁରୀ ପରିକ୍ରମା ପ୍ରକଳ୍ପ ପରେ ବିଜେଡି ଏହି ଆସନ ହାସଲ ଲକ୍ଷ୍ୟ ରଖିଛି । ୨୦୧୯ ନିର୍ବାଚନରେ ସେ ଭୁବନେଶ୍ୱର ଲୋକ ସଭା ଆସନରେ ଅପରାଜିତା ଷଡ଼ଙ୍ଗୀଙ୍କ ଠୁ ହାରିଥିଲେ। ଅରୂପ ଡେଲାଙ୍ଗ ରୁ ହୋଇଥିବାରୁ ତାଙ୍କ ଉପରେ ଆଶା ମଧ୍ୟ ଅଧିକ।

ଅନ୍ୟପଟେ ସମ୍ବିତ ପାତ୍ରଙ୍କ ଉପରେ ସମସ୍ତଙ୍କ ନଜର। ସେ ୨୦୧୯ ନିର୍ବାଚନରେ ମାତ୍ର ୧୧୦୦୦ ଭୋଟରୁ ହାରିଥିଲେ। ସମ୍ବିତ ଆରପଟେ ଜନ ସାଧାରଣଙ୍କ ସହ ସମ୍ପର୍କ ନିବିଡ ମଧ୍ୟ ରଖିଛନ୍ତି। ତେବେ ପୁରୀ ଲଢେଇ ଆଗକୁ ରୋମାଞ୍ଚକ ହେବ ବୋଲି ଜଣାପଡ଼ୁଛି। ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା ଆସନ ଗୁଡ଼ିକରେ ମଧ୍ୟ ପାର୍ଥି ଚୂଡ଼ାନ୍ତ ହୋଇଯାଇଛି ବୋଲି ସୂଚନା ମିଳିଛି । ପୁରୀ ରୁ ସୁନୀଲ ମହାନ୍ତି, ସଂଜୟ ଦାସବର୍ମା ସତ୍ୟବାଦୀ, ରୁଦ୍ର ମହାରଥୀ ପିପିଲି ରୁ, ଉମା ସାମନ୍ତରାୟ ବ୍ରହ୍ମଗିରି, ଅରୁଣ ସାହୁ ନୟାଗଡ଼, ପ୍ରସନ୍ନ ପାଟ୍ଟଶାଣୀ ଚିଲିକା ରୁ, ଓ ସତ୍ୟ ନାରାୟଣ ପ୍ରଧାନ ରଣପୁର ରୁ ପ୍ରାର୍ଥୀ ହୋଇପାରନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *