ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା ଏସଆଇ । ସହିଦ ନଗର ଥାନା ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ । ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ପ୍ରିୟବ୍ରତ ପ୍ରଧାନ ।

ସୂତ୍ରରୁ ପ୍ରକାଶ ସହିଦ ନଗର ଥାନା ପରିସରରେ ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଥାନା ସବ୍ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଲାଞ୍ଚ ନେବା ପାଇଁ ପଛାଇନଥିଲେ । ଦ୍ୱିତୀୟ କିସ୍ତି ଆକାରରେ ସବ୍ଇନ୍ସପେକ୍ଟର ପ୍ରିୟବ୍ରତ ୨ ହଜାର ଟଙ୍କା ଅଧିକ ଲାଞ୍ଚ ଦାବି କରିଥିଲେ । ତେବେ ପୂର୍ବ ଯୋଜନା ଅନୁଯାୟୀ ସହିଦ ନଗର ଥାନା ପରିସରରେ ଲାଞ୍ଚ କାରବାର ହେବା ଜାଣି ଭିଜିଲାନ୍ସ ଟିମ୍ ଏକ ଜାଲ ବିଛାଇଥିଲେ । ସେହି ଜାଲରେ ଫସିଗଲେ ସବ୍ଇନ୍ସପେକ୍ଟର ପ୍ରିୟବ୍ରତ । ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଏହି ଘଟଣା ବର୍ତ୍ତମାନ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *