ବିଜେପି ସହ ଦୀର୍ଘ ୨୩ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର। ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେବା ସହ ନିଜ କ୍ଷୋଭକୁ ବ୍ୟକ୍ତ କରିଛନ୍ତି ।

ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ ନ ମିଳିବା ପରେ ଭୃଗୁ ଅତ୍ୟନ୍ତ ବ୍ୟଥିତ ଥିଲେ । ଦଳରେ ସଦ୍ୟ ପଦାର୍ପଣ କରିଥିବା ବିଜେପିର ଘୋର ବିରୋଧୀ ପ୍ରଦୀପ ପାଣିଗ୍ରାହୀ ତାଙ୍କ ସ୍ଥାନରେ ଟିକେଟ ପାଇବା ତାଙ୍କୁ ଆଘାତ ଦେଇଥିଲା ।

ଆଉ କିଛି ସମୟ ପରେ ଭୃଗୁ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ସେ ବ୍ରହ୍ମପୁର ଆସନରୁ ବିଜେଡିର ଲୋକ ସଭା ପ୍ରାର୍ଥୀ ହୋଇପାରନ୍ତି ।

By Nirvay

Leave a Reply

Your email address will not be published. Required fields are marked *