ରାଜ୍ୟରେ ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରେସମିଟ୍। ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରକୁ ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ଫିକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଓପି ପ୍ରସ୍ତୁତ କରାଯାଇଛି। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହା ସମ୍ପର୍କରେ ସବିଶେଷ ସୂଚନା ଦେବେ।

କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ଫିକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଓପି ପ୍ରସ୍ତୁତ କରାଯାଇଛି। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହା ସମ୍ପର୍କରେ ସବିଶେଷ ସୂଚନା ଦେବେ।

ସେ କହିଛନ୍ତି, ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସ୍ବତନ୍ତ୍ର ଏସଓପି ଜାରି କରିଛନ୍ତି । ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ତେବେ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରେ ପ୍ରଫେସନାଲ କୋର୍ସକୁ ବାଦ ଦିଆଯାଇଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,ଏବର୍ଷ ରିଆଡମିଶନ SAMS ମାଧ୍ୟମରେ ହେବ। ଯେଉଁ ପିଲା ଆଡମିଶନ ବେଳେ ଟଙ୍କା ଦେଇଛନ୍ତି ଫେରସ୍ତ ପାଇବେ। କୌଣସି ଶିକ୍ଷାନୁଷ୍ଠାନ ମନଇଚ୍ଛା ଫି’ ବୃଦ୍ଧି କରିପାରିବେନି।

Leave a Reply

Your email address will not be published. Required fields are marked *