odisha-cadre-ips-c-a-ramdas-resigns-while-undergoing-training
ଓଡ଼ିଶା କ୍ୟାଡରରୁ ଆଉ ଜଣେ IPS ଅଧିକାରୀ ଇସ୍ତଫା ଦେଇଛନ୍ତି । ଜଗମୋହନ ମୀନାଙ୍କ ପରେ ୨୦୨୫ ବ୍ୟାଚର IPS ଅଧିକାରୀ ସିଏ ରାମଦାସ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।
 
ମହାରାଷ୍ଟ୍ରର ବାସିନ୍ଦା ସିଏ ରାମଦାସଙ୍କୁ ନିକଟରେ ଓଡ଼ିଶା କ୍ୟାଡରେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ସେ ହାଇଦ୍ରାବାଦ ସର୍ଦାର ବଲ୍ଲଭଭାଇ ପଟେଲ ନେସନାଲ ପୋଲିସ ଏକାଡେମୀ (SVPNPA)ରେ ଟ୍ରେନିଂ ନେଉଥିଲେ । ଟ୍ରେନିଂର ପ୍ରଥମ ପର୍ଯ୍ୟାୟରେ ଥିବାରୁ ସେ ଏ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଦାୟିତ୍ୱ ନିର୍ବାହ କରିନାହାନ୍ତି । ମହାରାଷ୍ଟ୍ର ପୁନେର ବାସିନ୍ଦା C.A. ରାମଦାସ କଠିନ ପରିଶ୍ରମ ଓ ଜିଦ୍‌ ବଳରେ IPS ହାସଲ କରିଥିଲେ। ଇଞ୍ଜିନିୟରିଙ୍ଗ (BE) ପାସ କରିବା ପରେ ସେ ଲଗାତାର ୬ ଥର ଉଦ୍ୟମ କରିବା ପରେ IPS ପାଇବାରେ ସଫଳ ହୋଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *