ବିଜେଡିରୁ ନିଲମ୍ବିତ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଅଚାନକ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିବାରୁ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର ଆଲୋଚନା ଆରମ୍ଭ ହୋଇଛି ।
 
ସୂଚନା ଅନୁସାରେ, ସୌଭିକ ବିଶ୍ୱାଳ ଆଜି ବିଜେପି ପାର୍ଟି ଅଫିସରେ ଉପସ୍ଥିତ ହୋଇଥିଲେ । ତାଙ୍କ ଏହି ଅଚାନକ ଗସ୍ତ ପରେ ବିଜେଡିରୁ ବହିଷ୍କୃତ ବାପା ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିବା ନେଇ ଚର୍ଚ୍ଚା ତୀବ୍ର ହୋଇଛି । ବିଜେଡିରୁ ନିଲମ୍ବନ ପରେ ସୌଭିକ ଓ ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିବା ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି । 
 
ଆଜିର ସାକ୍ଷାତ ପରେ ପ୍ରଭାତ ଖୁବ ଶୀଘ୍ର ଦଳରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ ସୌଭିକ ବିଶ୍ୱାଳ କିମ୍ବା ବିଜେପି ନେତୃତ୍ୱ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।
mla-souvik-biswal-visits-bjp-party-office-prabhat-biswal-may-join-party

By Nirvay

Leave a Reply

Your email address will not be published. Required fields are marked *