ଛେଳିଗଡ଼ ବିସ୍ଥାପିତଙ୍କୁ ୮.୪୮ କୋଟିର ପ୍ୟାକେଜ୍ ଘୋଷଣା । ଗଜପତି ଜିଲ୍ଲାର ଛେଳିଗଡ଼ ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ପୁନର୍ବାସ ପ୍ୟାକେଜ୍ ଘୋଷଣା କରାଯାଇଛି। ୭୮ ବିସ୍ଥାପିତ ପରିବାରଙ୍କ ପାଇଁ ୮.୪୮ କୋଟିର ପୁନର୍ବାସ ପ୍ୟାକେଜ୍ ଘୋଷଣା ହୋଇଛି । ସଂଶୋଧିତ ଆର୍ଥିକ ପ୍ୟାକେଜ୍ ଅନୁମୋଦନ କଲେ ରାଜ୍ୟ ସରକାର ।

ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ ଅନ୍ତର୍ଗତ ସୁଗୁବା, ତିଲିଗାଁ, ଛାଡ଼ିଆପଡ଼ା, କାକିଲି ଓ ବିଦ୍ୟାଧରପୁର ଗାଁର ବିସ୍ଥାପିତ ପାଇବେ। ବିସ୍ଥାପିତଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ପରେ ହିଁ ସହାୟତା ରାଶି ମୁକ୍ତ କରାଯିବ । ସମସ୍ତ ଅର୍ଥରାଶି ଡିବିଟି ବ୍ୟବସ୍ଥାରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ।

Leave a Reply

Your email address will not be published. Required fields are marked *