କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ବନ୍ଦ୍ବ ଲାଗିରହିଥିବା ବେଳେ ଏହାକୁ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ପ୍ରଫେସନାଲ୍ ଓ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାଡ଼ିଦେଲେ ବାକି ସବୁ ମାଗଣା ରହିବ। ଯୋଜନା ଆରମ୍ଭ ପୂର୍ବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । ଯେଉଁ ପିଲାମାନେ ନାମଲେଖା ପାଇଁ ଟଙ୍କା ଦେଇଛନ୍ତି ସେମାନେ ସେମାନଙ୍କ ଫେରସ୍ତ ପାଇବେ ।

ଏହା ସହ ବ୍ଲକ ଗ୍ରାଣ୍ଟ କଲେଜକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ବ୍ଲକ ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ । ପିଲା ଦିଅନ୍ତୁ କି ସରକାର ଦିଅନ୍ତୁ କଲେଜ ଟଙ୍କା ପାଇଲେ ଗଲା ।

 

Leave a Reply

Your email address will not be published. Required fields are marked *