ଇଣ୍ଡୋନେସିଆ ଗ୍ରସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଜାକର୍ତ୍ତାରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧନ କରି ଭାଷଣ ଦେବା ସମୟରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ମନେ ପକାଇଛନ୍ତି ମୋଦି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ସହିତ ସେ ଓଡ଼ିଶାର ବାଲି ଯାତ୍ରା ଏବଂ ପୂର୍ବତନ କଳିଙ୍ଗ ଏବଂ ଇଣ୍ଡୋନେସିଆ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଜଣେ ଦକ୍ଷ ପାଇଲଟ୍ ଭାବରେ ବିଜୁ ପଟ୍ଟନାୟକ ନିଜର ଜୀବନକୁ ବାଜି ଲଗାଇ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁତାନ ସଜାରିର ଏବଂ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ସୁରକ୍ଷିତ ଭାବରେ ଭାରତକୁ ଆଣିଥିଲେ। ଏହି ଐତିହାସିକ ତଥା ସାହସିକ ପଦକ୍ଷେପ ନୂଆଦିଲ୍ଲୀ ଏବଂ ଇଣ୍ଡୋନେସିଆକୁ ପରସ୍ପରର ଅଧିକ ‘ନିକଟତର’ କରିଥିଲା ।

ମୋଦି କହିଛନ୍ତି ଆମ ଉଭୟ ରାଷ୍ଟ୍ର ପ୍ରାୟ ସମାନ ସମୟରେ ସ୍ୱାଧୀନତା ପାଇଥିଲେ । ୧୮୪୫ ରେ ଇଣ୍ଡୋନେସିଆ ଏବଂ ୨୯୪୭ ରେ ଭାରତ। ଯେତେବେଳେ ସ୍ୱାଧୀନ ରାଷ୍ଟ୍ର ଭାବରେ ସାର୍ବଭୌମତ୍ୱର କଥା ଆସିଲା, ଭାରତ ମିଳିତ ଜାତିସଂଘରେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରିବାରେ ଏକ ଦୃଢ଼ ସ୍ୱର ପାଲଟିଗଲା ।

୧୯୪୭ ମସିହାରେ ଡଚ୍ ଔପନିବେଶିକ ଶାସନ ବିରୁଦ୍ଧରେ ଚାଲିଥିବା ଇଣ୍ଡୋନେସିଆର ଜାତୀୟ ବିପ୍ଳବରେ ବିଜୁ ପଟ୍ଟନାୟକ ନିଜ ଜୀବନକୁ ବାଜି ଲଗାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅନୁରୋଧରେ, ବିଜୁ ପଟ୍ଟନାୟକ ଡଚ୍ ସେନାର କଡ଼ା ପ୍ରତିବନ୍ଧକକୁ ଭାଙ୍ଗି ଇଣ୍ଡୋନେସିଆର ଶୀର୍ଷ ବିଦ୍ରୋହୀ ନେତାମାନଙ୍କୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *