Machkund Dam Gate Opened to release excess water
ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା, ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି. ଡ୍ୟାମ୍‌ର ଜଳସ୍ତର ବିପଦ ସଙ୍କେତର ନିକଟତର ହେବା ପରେ କର୍ତ୍ତୃପକ୍ଷ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲି ଜଳ ନିଷ୍କାସନ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ପାଇଁ ଏହା ହେଉଛି ଡି ଡ୍ୟାମ୍‌ର ପ୍ରଥମ ଗେଟ୍‌ ଖୋଲା ।
 
ଡ୍ୟାମ୍‌ର ସମ୍ପୂର୍ଣ୍ଣ କ୍ଷମତା ୨୫୯୦ ଫୁଟ୍‌ ରହିଥିବା ବେଳେ ଏବେ ଜଳସ୍ତର ୨୫୮୭ ଫୁଟ୍‌ରେ ପହଞ୍ଚିଛି । ଫଳରେ ବିପଦ ଟଳିବା ପାଇଁ ୭ ନମ୍ବର ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ଏକ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି । ଆଗାମୀ ଦିନରେ ବର୍ଷା ପରିମାଣ ବୃଦ୍ଧି ପାଇଲେ ଆବଶ୍ୟକ ଅନୁସାରେ ଡ୍ୟାମ୍‌ର ଅଧିକ ଗେଟ୍‌ ଖୋଲାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *